ହକି ଇଣ୍ଡିଆର ବଡ ଘୋଷଣା । ଭାରତୀୟ ପୁରୁଷ ଏବଂ ମହିଳା ହକି ଦଳର ମନୋବଳକୁ ବୃଦ୍ଧି କରିବା ପାଇଁ ଏକ ବଡ ଘୋଷଣା ହୋଇଛି । ଏଣିକି ଖେଳାଳିମାନଙ୍କୁ ମିଳିବ ବାର୍ଷିକ ନଗଦ ପ୍ରୋତ୍ସାହନ । ହକି ଇଣ୍ଡିଆର ସଭାପତି ଦିଲୀପ ତିର୍କି ଏବଂ ସେକ୍ରେଟେରୀ ଜେନେରାଲ ଭୋଲନାଥ ସିଂଙ୍କ ନେତୃତ୍ୱରେ ହକି ଇଣ୍ଡିଆ ଖେଳାଳିଙ୍କୁ ପ୍ରତ୍ୟେକ ବିଜୟ ପାଇଁ ୫୦ ହଜାର ଟଙ୍କା ଏବଂ ସହାୟତା କର୍ମଚାରୀଙ୍କ ପାଇଁ ୨୫ ହଜାର ଟଙ୍କା ପ୍ରଦାନ କରାଯିବ । ଏହି ସହାୟତା ଆର୍ଥିକ ସ୍ଥିତି ଖରାପ ଥିବା ଖେଳାଳିଙ୍କୁ ସହାୟକ ହେବ । ଏକ ସପ୍ତାହ ପୂର୍ବରୁ ହକି ଇଣ୍ଡିଆ ଭାରତୀୟ ଜୁନିୟର ପୁରୁଷ ଦଳର ପ୍ରତ୍ୟେକ ଖେଳାଳିଙ୍କୁ ଜୋହର କପ୍ରେ ସଫଳତା ପାଇଁ ଦୁଇ ଲକ୍ଷ ଟଙ୍କା ଏବଂ ସପୋର୍ଟ ଷ୍ଟାଫଙ୍କ ପାଇଁ ଏକ ଲକ୍ଷ ଟଙ୍କା ଘୋଷଣା କରିଥିଲା ।
More Stories
ରଣଜୀ ଟ୍ରଫି ଖେଳିବେ କୋହଲି
ଖେଳରତ୍ନର ବିଜେତା ହେଲେ ଗୁକେଶ୍, ମନୁ..
ପୁଣି ବିଶ୍ବ ରେକର୍ଡ କଲେ ନିରଜ୍