The Topmost

“The eyes believe themselves, the ears believe other people.”

ସ୍ମୃତି ମନ୍ଧାନା ପ୍ରିମିୟର ଲିଗର ଦାମୀ ଖେଳାଳୀ

ଶନିବାର ମହିଳା ପ୍ରିମିୟର ଲିଗ ପାଇଁ ଖେଳାଳୀ ନିଲାମୀ ହେଉଛି । ଗତବର୍ଷ ମହିଳା ପ୍ରିମିୟର ଲିଗର ଆରମ୍ଭ ହୋଇଥିଲା । ମାତ୍ର ଆପଣ ଜାଣିଛନ୍ତି କି, ମହିଳା ପ୍ରିମିୟର ଲିଗ ନିଲାମୀରେ ସବୁଠାରୁ ଦାମୀ ଖେଳାଳୀ କିଏ । ଭାରତୀୟ ମହିଳା କ୍ରିକେଟ ଟିମର ଖେଳାଳୀ ସ୍ମୃତି ମନ୍ଧାନା ହେଉଛନ୍ତି ପ୍ରିମିୟର ଲିଗର ଦାମୀ ଖେଳାଳୀ । ଗତବର୍ଷ ପ୍ରିମିୟର ଲିଗ୍ ନିଲାମୀରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ସ୍ମୃତି ମନ୍ଧାନାଙ୍କୁ ୩.୪୦ କୋଟି ଟଙ୍କାରେ କିଣିଥିଲା । ଯଦି ପ୍ରଦର୍ଶନ କଥା କହିବା ତେବେ ଗତବର୍ଷ ସ୍ମୃତିଙ୍କ ପ୍ରଦର୍ଶନ ସବୁଠାରୁ ଖରାପ ଥିଲା । ଗତବର୍ଷ ସବୁଠାରୁ ଅଧିକ ରନ କରିଥିବା ୧୫ ଖେଳାଳୀଙ୍କ ମଧ୍ୟରେ ମଧ୍ୟ ସ୍ମୃତି ସ୍ଥାନ ପାଇ ନଥିଲେ । ଏହାସହ ସମୁଦାୟ ସିରିଜରେ ସେ ଗୋଟିଏ ବି ଅର୍ଦ୍ଧଶତକ କରିବାରେ ସଫଳ ହୋଇ ନଥିଲେ । ସେ ଆରସିବି ତରଫରୁ ୮ ଟି ମ୍ୟାଚ ଖେଳି ମୋଟ ୧୪୯ ରନ କରିବାରେ ସକ୍ଷମ ହୋଇଥିଲେ । ପୁରା ସିଜିନରେ ସେ ୨୨ ଟି ଚୌକା ଓ ୩ଟି ଛକ୍କା ମାରିଥିଲେ ।