ଦେଶର ପ୍ରାୟ ୧୫୦ଟି ମେଡିକାଲ କଲେଜ ଉପରୁ ସ୍ବୀକୃତି ପ୍ରତ୍ୟାହାର କରିପାରେ ନ୍ୟାସନାଲ ମେଡିକାଲ କମିଶନ । ବିଭିନ୍ନ ନିୟମ ପାଳନ ନ କରିବା, ଫାକଲଟି ଅଭାବ ଆଦି କାରଣରୁ ମେଡିକାଲ କଲେଜଗୁଡ଼ିକ ଉପରୁ ସ୍ବୀକୃତି ପ୍ରତ୍ୟାହାର ଲାଗି କର୍ତ୍ତୃପକ୍ଷ ଚିନ୍ତା କରୁଥିବା ସୂଚନା ମିଳିଛି । ବର୍ତ୍ତମାନ ସୁଦ୍ଧା ଦେଶର ୪୦ଟି ମେଡିକାଲ କଲେଜ ଉପରୁ ସ୍ବୀକୃତି ପ୍ରତ୍ୟାହାର କରାଗଲାଣି ବୋଲି କୁହାଯାଇଛି । ଗୁଜରାଟ, ଆସାମ, ପୁଡୁଚେରୀ, ତାମିଲନାଡୁ, ପଞ୍ଜାବ, ଆନ୍ଧ୍ରପ୍ରେଦଶ, ତ୍ରିପୁରା, ପଶ୍ଚିମବଙ୍ଗ ଆଦି ରାଜ୍ୟର ମେଡିକାଲ କଲେଜଗୁଡିକ ସ୍କାନରରେ ରହିଥିବା ଦର୍ଶାଯାଇଛି । କିଛି ମାସ ଧରି ଦେଶର ବିଭିନ୍ନ ମେଡିକାଲ କଲେଜରେ କମିଶନ ଅନ୍ତର୍ଗତ ଅଣ୍ଡରଗ୍ରାଜୁଏଟ ମେଡିକାଲ ଏଜୁକେସନ ବୋର୍ଡ ପକ୍ଷରୁ ଯାଞ୍ଚ କରାଯାଇଥିଲା। ସିସିଟିଭି କ୍ୟାମେରାର ଅଭାବ ସହ ଆଧାର ସହ ସଂଯୁକ୍ତ ବାୟୋମେଟ୍ରିକ ଆଟେଣ୍ଡାନସ ବ୍ୟବସ୍ଥା କରାଯାଉ ନଥିବା ଜଣାପଡିଥିଲା ।
“The eyes believe themselves, the ears believe other people.”
More Stories
ଖୋଲିଲା ବିପୁଳ ନିଯୁକ୍ତି ସୁଯୋଗ
ପେନସନ୍ ଭୋଗୀଙ୍କ ପାଇଁ ଆସିଲା ବଡ ଖବର
ମହାକୁମ୍ଭରେ ଭିଡପାଇଁ 30 ମୃତ, 60 ଆହତ