The Topmost

“The eyes believe themselves, the ears believe other people.”

ସ୍ବାଭାବିକ ହୋଇପାରୁନି ସଂସଦ

୬ ଦିନ ବିତିଲା ହେଲେ ସ୍ବାଭାବିକ ହୋଇପାରୁନି ସଂସଦ । ମଣିପୁର ପ୍ରସଙ୍ଗରେ ଚାଲିଗଲାଣି ୬ଟି କାର୍ଯ୍ୟଦିବସ । ଆଜି ସପ୍ତମ ଦିନରେ ବି ସଂସଦ ସ୍ବାଭାବିକ ହେବା ଆଶା କ୍ଷୀଣ । ମଣିପୁର ପ୍ରସଙ୍ଗରେ ଉତ୍ତର ମାଗି ସରକାରଙ୍କୁ ଘେରୁଛନ୍ତି ବିରୋଧୀ । ଗତକାଲି ଇଣ୍ଡିଆ ମେଣ୍ଟ ଦଳର ସବୁ ସାଂସଦ କଳାପୋଷାକ ପିନ୍ଧି ସଂସଦରେ ନାରାବାଜି କରିଥିଲେ । ଭାଷଣବାଜିରେ ବ୍ୟସ୍ତ ଥିବା ବେଳେ କେନ୍ଦ୍ର ସରକାର ମଣିପୁର ପ୍ରସଙ୍ଗରେ ବୟାନ ନଦେବା ଦୁର୍ଭାଗ୍ୟଜନକ ବୋଲି ବିରୋଧୀ କହିଛନ୍ତି । ଦେଶରେ ଗୋଟିଏ ଅଂଶ ଜଳୁଥିବା ବେଳେ ସରକାର କ୍ଷମତା ଅଂହକାରରେ ଅନ୍ଧ ହୋଇଯାଇଥିବା କହି ସମାଲୋଚନା କରିଛି କଂଗ୍ରେସ । ଆସନ୍ତା ୨୩ ଓ ୨୪ ତାରିଖରେ ବିରୋଧୀ ମେଣ୍ଟ ଇଣ୍ଡିଆ ଟିମ ମଣିପୁର ଯିବ ବୋଲି ଜଣାପଡ଼ିଛି । ସେପଟେ ମଣିପୁର ଭାଇରାଲ୍ ଭିଡିଓ ମାମଲାର ତଦନ୍ତ ଭାର ସିବିଆଇକୁ ଦେଇଛନ୍ତି କେନ୍ଦ୍ର ସରକାର ।