ଓଡ଼ିଶାକୁ ଧିରେଧିରେ ପ୍ରବେଶ କରୁଛି ଶୀତ । ସଂନ୍ଧ୍ୟାରୁ ଭୋର ପର୍ଯ୍ୟନ୍ତ କମୁଛି ତାପମାତ୍ରା । ସ୍ବାଭାବିକ ଠାରୁ ୨ରୁ ୪ ଡିଗ୍ରୀ ତଳେ ରହିଛି ପାରଦ । କନ୍ଧମାଳ ଜି.ଉଦୟଗିରିରେ ରେକର୍ଡ ହୋଇଛି ଚଳିତ ମାସର ସର୍ବନିମ୍ନ ତାପମାତ୍ରା । ଏକାଧିକ ସହରର ତାପମାତ୍ରା ୧୫ ଡିଗ୍ରୀ ତଳେ ରେକର୍ଡ ରହୁଛି । ବଙ୍ଗୋପସାଗରରୁ ଓଡ଼ିଶାକୁ ପ୍ରବାହିତ ହେଉଛି ପୂର୍ବାଳୀ ତରଙ୍ଗାୟିତ ପବନ । ପ୍ରଭାବରେ ଆଜିଠୁ ଦକ୍ଷିଣ ଓଡ଼ିଶାରେ ବଦଳିବ ପାଗ । ଅଧିକାଂଶ ସ୍ଥାନରେ ପାଗ କୋହଲା ରହିବା ସହ କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆସନ୍ତା ୩ ତାରିଖ ପର୍ଯ୍ୟନ୍ତ ଗଞ୍ଜାମ, ଗଜପତି, ରାୟଗଡା, ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି ଏବଂ କନ୍ଧମାଳରେ ବର୍ଷା ହୋଇପାରେ ।
More Stories
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ
ଏହି ନିବେଶ କରିବାରେ ସର୍ବପ୍ରଥମ ଓଡିଶା