ସ୍ବାଧୀନତା ଦିବସକୁ ଗୁଗୁଲ ଡୁଡୁଲର ନିଆରା ସମ୍ମାନ । ୭୭ତମ ସ୍ବାଧୀନତା ଦିବସରେ ଗୁଗୁଲ ଭାରତର ବିବିଧ ବୟନକୁ ଲୋଗୋରେ ସ୍ଥାନ ଦେଇଛି । ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ବୟନ ପରମ୍ପରାକୁ ଗୁଗୁଲ ଲୋଗୋରେ ସ୍ଥାନ ଦେଇ ଦେଶକୁ ସମ୍ମାନ ଦେଇଛି । ଏହି ଲୋଗୋକୁ ନୂଆ ଦିଲ୍ଲୀର ଆର୍ଟିଷ୍ଟ ନମ୍ରତା କୁମାର କରିଛନ୍ତି । ଭାରତର ବୟନ କଳାକୁ ଏକ ସନ୍ତୁଳିତ ଢଙ୍ଗରେ ସେ ଉପସ୍ଥାପିତ କରିଛନ୍ତି । ବୟନ କଳା ଭାରତର ପରିଚୟ । ଯାହାକୁ ନମ୍ରତା ଗୁଗୁଲ ଲୋଗୋରେ ସ୍ଥାନ ଦେବାକୁ ଉଚିତ ମନେ କରି ସ୍ବାଧୀନତା ଦିବସ ଲାଗି ଉତ୍ସର୍ଗ କରିଛନ୍ତି । ଭାରତର ବଡ଼ ପର୍ବପର୍ବାଣୀରେ ଗୁଗୁଲ ଏପରି ଲୋଗୋରେ ପରିବର୍ତ୍ତନ କରି ଦେଶର ଉତ୍ସବରେ ନିଜକୁ ସାମିଲ କରିଥାଏ ।
“The eyes believe themselves, the ears believe other people.”
More Stories
ବହୁ ଚେଷ୍ଟା ପରେ ବି ବଦଳେନାହିଁ ସ୍ବାମୀ ସ୍ତ୍ରୀଙ୍କର ଏହି ଗୁଣ
ଅତ୍ୟଧିକ ଜଙ୍କଫୁଡ୍ ଆଣିଥାଏ ଏହି ସବୁ ସମସ୍ୟା
ରାତିରେ ହଇରାଣ କରୁଛି କି ଆପଣଙ୍କ ଶିଶୁ