ସ୍ୱାଧୀନତା ଦିବସ ପାଇଁ ସରିଲା ପରେଡ୍ ରିହର୍ସାଲ । ଭୁବନେଶ୍ବର ପ୍ରଦର୍ଶନୀ ପଡିଆରେ ସରିଲା ଫୁଲ୍ ଡ୍ରେସ ରିହର୍ସାଲ । ପରେଡ୍ ରିହର୍ସାଲରେ ପୋଲିସ ଡିଜି ସୁନୀଲ ବଂଶଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ପୋଲିସ କମିଶନର ଓ ଡେପୁଟି ପୋଲିସ କମିଶନର ପ୍ରମୁଖ ସାମିଲ ହୋଇଥିଲେ । ପରେଡ୍ ରିହର୍ସାଲରେ ୪ଟି କଣ୍ଟିଜେଣ୍ଟ ସହ ପୋଲିସ ବ୍ୟାଣ୍ଡ ସାମିଲ ହୋଇଥିଲେ । ପରେଡକୁ କମାଣ୍ଡ କରିବେ ଆଇପିଏସ ଅଙ୍କିତ କୁମାର ବର୍ମା । ସ୍ବାଧୀନତା ଦିବସରେ ୧୫ ପ୍ଲାଟୁନ ପୋଲିସ ଫୋର୍ସ ସହ ୧୦୦ ଜଣ ଅଫିସର ମୁତୟନ ହେବେ । ଦର୍ଶକଙ୍କ ସହ ଅତିଥିଙ୍କ ପାଇଁ ସ୍ଵତନ୍ତ୍ର ବ୍ୟବସ୍ଥା ହୋଇଛି । ଟ୍ରାଫିକ ନିୟନ୍ତ୍ରଣ ପାଇଁ ମଧ୍ୟ ସ୍ଵତନ୍ତ୍ର ବ୍ୟବସ୍ଥା କରାଯାଇଛି ।
More Stories
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ
ଏହି ନିବେଶ କରିବାରେ ସର୍ବପ୍ରଥମ ଓଡିଶା