କଟକର ପୁରୀ-ଅନୁଗୁଳ ବସଷ୍ଟାଣ୍ଡ ବାଦାମବାଡ଼ିରେ ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ଏବଂ ସମାଜବାଦୀ ନେତା ସ୍ବର୍ଗତ ବିଶ୍ୱନାଥ ପଣ୍ଡିତଙ୍କ ସ୍ମୃତିରେ ହେବ ଅତ୍ୟାଧୁନିକ ଲାଇବ୍ରେରୀ ଓ ରିଡିଂ ହଲ୍ । ପ୍ରତିଯୋଗିତା ମୂଳକ ପରୀକ୍ଷା ପାଇଁ ଏଠାରେ ନିଜକୁ ପ୍ରସ୍ତୁତ କରିପାରିବେ ଛାତ୍ରଛାତ୍ରୀ । 5T ସଚିବ ଭି.କେ. ପାଣ୍ଡିଆନଙ୍କ କଟକ ଗସ୍ତ ସମୟରେ ଜନସାଧାରଣ ଦେଇଥିଲେ ମତ । ଏହାକୁ ଭିତ୍ତି କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନେଲେ ନିଷ୍ପତ୍ତି । ଏଥିପାଇଁ ୩୦ କୋଟି ୫୮ ଲକ୍ଷ ୩୧ ହଜାର ଶହେ ଟଙ୍କା ଖର୍ଚ୍ଚ ପ୍ରସ୍ତାବକୁ ମଞ୍ଜୁରୀ ଦେଲେ ମୁଖ୍ୟମନ୍ତ୍ରୀ । ସୂଚନାଯୋଗ୍ୟ, ସ୍ୱର୍ଗତ ପଣ୍ଡିତ କଟକ ଡଗରପଡାଠାରେ ଜନ୍ମ ଗ୍ରହଣ କରିଥିଲେ । ସାଧୀନତା ସଂଗ୍ରାମରେ ଯୋଗ ଦେଇ ସେ କାରାବରଣ କରିଥିଲେ । ପରେ ସମାଜବାଦୀ ଆନ୍ଦୋଳନରେ ଯୋଗ ଦେଇ ଦଳିତ, ଶ୍ରମିକ ଓ ମଜ୍ଦୁରଙ୍କ ସ୍ୱାର୍ଥ୍ୟର ସୁରକ୍ଷା ପାଇଁ ଜୀବନ ବ୍ୟାପୀ ସଂଗ୍ରାମ କରିଥିଲେ । ତାଙ୍କ ନାମରେ ଲାଇବ୍ରେରୀ ପ୍ରତିଷ୍ଠା ତାଙ୍କୁ ଉପଯୁକ୍ତ ସମ୍ମାନ ହେବ । ଏହାସହ ଦେଶ ତଥା ରାଜ୍ୟ ପାଇଁ ତାଙ୍କ ଅବଦାନ ସମ୍ପର୍କରେ ଜନ ସାଧାରଣ ବିଶେଷ କରି ଯୁବ ସମାଜ ଜାଣିବା ସହ ଅନୁପ୍ରାଣିତ ହେବେ ବୋଲି ମୁଖ୍ୟମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି ।
“The eyes believe themselves, the ears believe other people.”
More Stories
ସହର ଭିତରୁ ହଟିବ ଜେଲ୍, ନୂଆ ଜେଲରେ ରହିବେ କଏଦୀ
ଖୁବଶୀଘ୍ର ରାଜ୍ୟରେ କାର୍ଯ୍ୟକ୍ଷମ ହେବ 10ଟି ବଡ ଶିଳ୍ପ
ଦୃଷ୍ଟିବାଧିତ ପିଲାଙ୍କୁ ମିଳିବ କମ୍ପିଟେଟିଭ୍ ବ୍ରେଲି ବହି, ସରକାରଙ୍କ ଭିନ୍ନ ପ୍ରୟାସ