The Topmost

“The eyes believe themselves, the ears believe other people.”

ସ୍ପାଇସ୍‌ଜେଟ୍‌ ବିମାନରେ ‘ଅଟୋପାଇଲଟ୍‌’ରେ ତ୍ରୁଟି

ସ୍ପାଇସ୍‌ଜେଟ୍‌ ବିମାନରେ ‘ଅଟୋପାଇଲଟ୍‌’ରେ ତ୍ରୁଟି । ଦିଲ୍ଲୀ ଇନ୍ଦିରା ଗାନ୍ଧୀ ଆନ୍ତର୍ଜାତିକ ବିମାନ ବନ୍ଦରକୁ ଫେରିଲା ନାସିକ ଅଭିମୁଖେ ଯାଉଥିବା ବିମାନ । ଏନେଇ ଜଣେ ସରକାରୀ ଅଧିକାରୀ ସୂଚନା ଦେଇଛନ୍ତି । ଆଜି ସକାଳ ୬.୫୪ରେ ‘ସ୍ପାଇସ୍‌ଜେଟ୍‌’ ବିମାନ ‘ଏସ୍‌ଜି-୮୩୬୩’ ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଆନ୍ତର୍ଜାତିକ ବିମାନ ବନ୍ଦରରୁ ଉଡ଼ାଣ ଆରମ୍ଭ କରିଥିଲା । ଏହାର ପ୍ରାୟ ଅଧଘଣ୍ଟା ପରେ ବିମାନଟି ପୁଣି ଦିଲ୍ଲୀକୁ ଫେରିଆସିଲା । ‘ସ୍ପାଇସ୍‌ ଜେଟ୍‌’ର ଉକ୍ତ ‘ବୋଇଙ୍ଗ୍‌ ୭୩୭’ ବିମାନଟି ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଆନ୍ତର୍ଜାତିକ ବିମାନ ବନ୍ଦରରେ ନିରାପଦରେ ଅବତରଣ କରିବା ପରେ ଯାତ୍ରୀମାନଙ୍କୁ ତା’ଠାରୁ ଛୋଟ ‘କ୍ୟୁ୪୦୦’ ବିମାନକୁ ସ୍ଥାନାନ୍ତର କରାଯାଇଥିଲା ।