ପରକୀୟା ପ୍ରୀତି ସନ୍ଦେହରେ ନୃଶଂସ ସାଜିଲା ସ୍ବାମୀ । କଟୁରୀରେ ସ୍ତ୍ରୀର ବେକକୁ ହାଣି ମୁଣ୍ଡ ଗଣ୍ଡି ଅଲଗା କରିଦେଲା ସୈତାନ ସ୍ବାମୀ । ଏଭଳି ଚାଞ୍ଚଲ୍ୟକର ଘଟଣା ଘଟିଛି ଢ଼େଙ୍କାନାଳ ଗଁନ୍ଦିଆ ଥାନା ଚନ୍ଦ୍ରଶେଖରପୁର ଗାଁରେ । ଅଭିଯୁକ୍ତ ସ୍ୱାମୀ ନାକଫୋଡି ମାଝୀ ସ୍ତ୍ରୀ ଶୁଚଳା ମାଝିର ମୁଣ୍ଡ କାଟିଦେଇ କଟାମୁଣ୍ଡକୁ ନେଇ ରାସ୍ତାରେ ଚାଲି ଚାଲି ଯାଉଥିଲେ । ରାସ୍ତାରେ ଯାଉଥିବା ସମୟରେ ଜଙ୍ଖିରା ଗାଁ ନିକଟରେ ସ୍ଥାନୀୟ ଲୋକ କାବୁ କରିଥିଲେ । ଏହାପରେ ସ୍ତ୍ରୀକୁ ହତ୍ୟା କରିଥିବା ସ୍ୱୀକାର କରିଛି ରାକ୍ଷସ ସ୍ୱାମୀ । ପରେ ଗଂଦିଆ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି କଟାମୁଣ୍ଡକୁ ଜବତ କରିବା ସହ ସ୍ୱାମୀକୁ ଅଟକ ରଖି ତଦନ୍ତ ଜାରି ରଖିଛି ।
More Stories
ଡାକ୍ତରଙ୍କ ମନମୁଖି ଓପିଡି ବନ୍ଦ ଘୋଷଣା
ନବଜାତକଙ୍କ ପାଇଁ ସରକାରୀ ଟୀକା କେତେ ଜରୁରୀ
CSM Synapse 4.0 ରେ ଜିତିଲେ କିଟ୍ ଇଣ୍ଟରନ୍ୟାସନାଲ୍ ସ୍କୁଲ୍