ବ୍ରାଜିଲର ଦକ୍ଷିଣ-ପୂର୍ବ ଅଞ୍ଚଳର ୨ଟି ସ୍କୁଲରେ ଆଖିବୁଜା ଗୁଳିମାଡ । ଘଟଣାସ୍ଥଳରେ ୨ଜଣ ଶିକ୍ଷକ ଓ ଜଣେ ଛାତ୍ରଙ୍କ ମୃତ୍ୟୁ ହୋଇଛି । ଏହାସହ ୧୧ଜଣଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲ ନିଆଯାଇଛି । ୧୧ଜଣଙ୍କ ମଧ୍ୟରେ ଅଛନ୍ତି ୯ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଓ ୨ ଛାତ୍ର । ସୁଟର୍ ସେମି ଅଟୋମେଟିକ୍ ପିସ୍ତଲରେ ଆକ୍ରମଣ ହୋଇଥିବା ସୂଚନା । ତୁରନ୍ତ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଥିଲେ ବି ଏଯାଏଁ ଆକ୍ରମଣକାରୀକୁ ଧରାଯାଇଛି କି ନାହିଁ ସେନେଇ କିଛି ସ୍ପଷ୍ଟ ହୋଇନାହିଁ । ସିସିଟିଭି ଫୁଟେଜ ଅନୁସାରେ ଆକ୍ରମଣକାରୀ ମୁହଁ ଢାଙ୍କି ସ୍କୁଲ ଭିତରକୁ ପ୍ରବେଶ କରିଥିଲା ।
More Stories
ପିଏମ୍ ସ୍ୱନିଧି ଯୋଜନାରେ ବଡ ପରିବର୍ତ୍ତନ
ପିଲାଙ୍କ ଠାରେ ଏପରି ସମସ୍ୟା ଦେଖିଲେ ହୁଅନ୍ତୁ ସାବଧାନ
ବାର୍ଷିକ ଫାସଟ୍ୟାଗ୍ ପାସ୍ ଲାଗୁ ହେବ- ଗଡକରୀ