ପୁଣି ଅସୁସ୍ଥ ହେଲେ ସୋନିଆ ଗାନ୍ଧି । କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ ଦିଲ୍ଲୀର ସାର୍ ଗଙ୍ଗା ରାମ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଜ୍ୱର ପାଇଁ ଦିଲ୍ଲୀର ସାର୍ ଗଙ୍ଗା ରାମ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଡାକ୍ତରଖାନା ପକ୍ଷରୁ ଏହି ସୂଚନା ଦିଆଯାଇଛି । ତାଙ୍କ ଅବସ୍ଥା ସ୍ଥିର ଥିବା ଡାକ୍ତରଖାନା ପକ୍ଷରୁ କୁହାଯାଇଛି । ହୃଦରୋଗ ବିଭାଗର ପରାମର୍ଶଦାତା ଡ.ଅରୁପ ବସୁଙ୍କ ନେତୃତ୍ୱରେ ଏକ ଟିମ ତାଙ୍କର ଚିକିତ୍ସା କରୁଛି । ପୂର୍ବରୁ ମଧ୍ୟ ଶାରୀରିକ ଅସୁସ୍ଥତା ପାଇଁ ତାଙ୍କୁ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ସୋନିଆ ଗାନ୍ଧିଙ୍କ ପେଟରେ ଯନ୍ତ୍ରଣା ହେବାରୁ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା । ଅନେକ ଦିନ ହେବ ସୋନିଆଙ୍କ ସ୍ୱାସ୍ଥ୍ୟବସ୍ଥା ଠିକ୍ ରହୁନାହିଁ । ଏହା ପୂର୍ବରୁ ମଧ୍ୟ ସୋନିଆ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ଗଙ୍ଗାରାମ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା।
More Stories
ବାର୍ଷିକ ଫାସଟ୍ୟାଗ୍ ପାସ୍ ଲାଗୁ ହେବ- ଗଡକରୀ
ବିମାନ ଦୁର୍ଘଟଣାର ଚାଲିଛି ପୁଙ୍ଖାନୁପୁଙ୍ଖ ତଦନ୍ତ
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ