ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲା । ଘଟଣାକୁ ନେଇ ଦିନକୁ ଦିନ ପଡୁଛି ଉଠୁଛି ରାଜନୀତି । ଆପ ଏବଂ ବିଜେପି ମଧ୍ୟରେ ଚାଲିଛି ଘମାଘୋଟ୍ ଲଢ଼େଇ । ଆପର ୨୦-୨୫ ବିଧାୟକ ବିଜେପି ସହ ଯୋଗାଯୋଗ କରୁଥିବା ନେଇ ଦାବି କରାଯିବା ପରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଚିନ୍ତା ବଢ଼ିଛି । ଏଭଳି କାମକୁ ଦେଖି ବିଜେପିକୁ ସରକାରଙ୍କ ସିରିଏଲ କିଲର କହିବା ସହ ଆସନ୍ତା ସୋମବାର ଆସ୍ଥା ଭୋଟ କରିବାକୁ କହିଛନ୍ତି ଅରବିନ୍ଦ କେଜ୍ରିୱାଲ । ବିଜେପି ଯେଉଁ ଦାବି କରୁଛି, ଏହାକୁ ଭୁଲ ପ୍ରମାଣିତ କରିବାକୁ ଅରବିନ୍ଦ କେଜ୍ରିୱାଲ ଏହି ଆସ୍ଥା ଭୋଟ କରିବାକୁ ଚାହୁଁଥିବା କହିଛନ୍ତି । ଦିଲ୍ଲୀ ବିଧାନସଭାର ଏକ ସ୍ୱତନ୍ତ୍ର ଅଧିବେଶନକୁ ସମ୍ବୋଧିତ କରି ଅରବିନ୍ଦ କେଜ୍ରିୱାଲ କହିଛନ୍ତି ଯେ ଆସ୍ଥା ଭୋଟ କରି ମୁଁ ଦର୍ଶାଇବାକୁ ଚାହୁଁଛି ଯେ ବିଜେପି ଆପର ଗୋଟିଏ ବି ବିଧାୟକଙ୍କୁ କିଣି ପାରି ନାହିଁ ।
More Stories
ବାର୍ଷିକ ଫାସଟ୍ୟାଗ୍ ପାସ୍ ଲାଗୁ ହେବ- ଗଡକରୀ
ବିମାନ ଦୁର୍ଘଟଣାର ଚାଲିଛି ପୁଙ୍ଖାନୁପୁଙ୍ଖ ତଦନ୍ତ
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ