ଜାମ୍ମୁ-କାଶ୍ମୀର ସୋପିଆନରେ ଆତଙ୍କବାଦୀଙ୍କ ହମଲା । ଦକ୍ଷିଣ କାଶ୍ମୀରର ଗଗରାନ ଅଞ୍ଚଳରେ ୩ ବାହାର ରାଜ୍ୟର ଶ୍ରମିକଙ୍କୁ ୨ ଜଣ ଆତଙ୍କବାଦୀ ଗୁଳିମାଡ଼ କରିଛନ୍ତି । ଗୁଳିମାଡ଼ରେ ୩ଜଣ ଶ୍ରମିକ ଗୁରୁତର ଆହତ ହୋଇଛନ୍ତି । ଘଟଣା ପରେ ଅଞ୍ଚଳରେ ନାକାବନ୍ଦୀ ହୋଇଛି । ୩ ଶ୍ରମିକ ହେଲେ ଅନମୋଲ କୁମାର, ହରିଲାଲ ଯାଦବ ଓ ପିଣ୍ଟୁ କୁମାର ଠାକୁର । ଏମାନେ ସମସ୍ତେ ବିହାର ଜିଲ୍ଲା ସୁପୌଲର । ସୁରକ୍ଷା ଦୃଷ୍ଟିରୁ ପୁରା ଅଞ୍ଚଳକୁ ସିଲ୍ କରିଦିଆଯାଇଛି । ଶ୍ରମିକ ରହୁଥିବା ଭଡ଼ା ଘରେ ପଶି ବିହାରର ୩ ଶ୍ରମିକଙ୍କୁ ଗୁଳି ଚଳାଇଥିଲେ । ସୁରକ୍ଷାକର୍ମୀଙ୍କ ଶିବିରରୁ ମାତ୍ର ୧୫୦ ମିଟର ଦୂରରେ ହୋଇଛି ଏହି ଫାୟାରିଂ । ସମ୍ପୃକ୍ତ ଭଡ଼ା ଘରେ ପ୍ରାୟ ୨୦ଜଣ ବାହାର ରାଜ୍ୟର ଶ୍ରମିକ ରହୁଥିଲେ ।
“The eyes believe themselves, the ears believe other people.”
More Stories
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ
ସବୁ ପାକିସ୍ତାନୀଙ୍କ ଭିସା ରଦ୍ଦ କଲେ ସରକାର
ପାକିସ୍ତାନୀ ଏକ୍ସ ଆକାଉଣ୍ଟକୁ ବ୍ଲକ୍ କଲା ଭାରତ