ଅଭିଯୁକ୍ତ ଗୋପାଳ ଦାସ ପଢୁଛି ଭାଗବତ । କରିଥିବା କର୍ମକୁ ନେଇ ଏବେ ଅନୁତାପ କରୁଛି କି ଗୋପାଳ । ଚୌଦ୍ୱାର ସର୍କଲ ଜେଲରେ ଥିବା ଏହି ଚର୍ଚ୍ଚିତ ଅପରାଧୀ ଏବେ ସେଲିବ୍ରିଟି ଭଳି ହାବଭାବ ଦେଖାଉଛି । ଜେଲ ଭିତରେ ସେ ପଢାପଢି କରିବାକୁ ଇଛା ରଖୁଥିବା ସୂଚନା ରହିଛି । ଗୋପାଳ ଦାସ ଭାଗବତ ବ୍ୟତୀତ ସ୍ୱାମୀ ବିବେକାନନ୍ଦଙ୍କ ବହି ମଧ୍ୟ ପଢିବାକୁ ରୁଚି ରଖୁଥିବା ସୂଚନା ରହିଛି । ତେଣୁ ବିବେକାନନ୍ଦଙ୍କ ବହି ଆଣି ଦେବାକୁ ନିବେଦନ କରୁଥିବା ସୂଚନା ରହିଛି । ତେବେ ଦିନକୁ ୩ଟି ଓଡ଼ିଆ ଖବର କାଗଜ ବି ପଢୁଛି । କିନ୍ତୁ ଗୋପାଳ ରହୁଥିବା ସେଲରେ ଲାଗିଥିବା ଏଲଇଡି ଟିଭି ଚାଲୁ ନାହିଁ । ଏଭଳି ସ୍ଥିତିରେ ଗୋପାଳ ବିଭିନ୍ନ ଟିଭି ସିରିଏଲ୍ ଦେଖିବା ପାଇଁ ଜେଲ୍ ଅଧିକାରୀଙ୍କୁ ଅନୁରୋଧ କରୁଥିବା ସୂଚନା ରହିଛି ।
More Stories
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ
ଏହି ନିବେଶ କରିବାରେ ସର୍ବପ୍ରଥମ ଓଡିଶା