ତୁଟିବ କି ସୀମା ବିବାଦ । LACକୁ ଫେରିବ କି ସ୍ବାଭାବିକ ସ୍ଥିତି । ଆଜି ଭାରତ ଓ ଚୀନ ମଧ୍ୟରେ ହେବ କମାଣ୍ଡରସ୍ତରୀୟ ଆଲୋଚନା । LAC ବିବାଦର ସମାଧାନ ପାଇଁ ୧୯ତମ ଦ୍ବିପାକ୍ଷିକ କୋର କମାଣ୍ଡରସ୍ତରୀୟ ବୈଠକ ବସିବାକୁ ଯାଉଛି । ଲଦାଖର ଚୁସୁଲ-ମୋଲ୍ଡ ବଡର୍ରରେ ଉଭୟ ଦେଶ ମଧ୍ୟରେ କଥାବାର୍ତ୍ତା ହେବ । ଲେଫ୍ଟନାଣ୍ଟ ଜେନେରାଲ ରସିମ ବାଲି ଭାରତୀୟ ପ୍ରତିନିଧି ଦଳର ନେତୃତ୍ବ ନେବେ । ତାଙ୍କ ସହ ବୈଦେଶିକ ମନ୍ତ୍ରାଳୟ ଓ ଆଇଟିବିପିର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହିବେ । ୪ ମାସ ପରେ ଦୁଇ ଦେଶର ସେନାଙ୍କ ମଧ୍ୟରେ ବୈଠକ ବସିବାକୁ ଯାଉଛି । ଏଥିରେ ପୂର୍ବ ଲଦାଖର ଡେପସାଙ୍ଗ ଓ ଡେମଚୋପ ଅଞ୍ଚଳରୁ ସେନା ପ୍ରତ୍ୟାହାର ପାଇଁ ଚୀନକୁ ଭାରତ ପ୍ରସ୍ତାବ ଦେବ । ପୂର୍ବର ଏକାଧିକ ବୈଠକରେ ଭାରତର ଏହି ଦାବିକୁ ଚୀନ ଖଣ୍ଡନ କରିଆସୁଛି । ତେବେ ଆଜିର ବୈଠକ ପରେ କଣ ନିଷ୍କର୍ସ ବାହାରିବ, ତା’ଉପରେ ସମସ୍ତଙ୍କ ନଜର ରହିଛି ।
“The eyes believe themselves, the ears believe other people.”
More Stories
ତହବୁର ରାଣାକୁ ଘନ ଘନ ଜେରା
ବିଜେପିର ନୂଆ ସଭାପତି ହେଲେ ନୈନାର ନାଗେନ୍ଦ୍ରନ୍
ବହୁ ଚେଷ୍ଟା ପରେ ବି ବଦଳେନାହିଁ ସ୍ବାମୀ ସ୍ତ୍ରୀଙ୍କର ଏହି ଗୁଣ