The Topmost

“The eyes believe themselves, the ears believe other people.”

closest picture of sun

ସୂର୍ଯ୍ୟର ସବୁଠୁ ନିକଟତମ ଚିତ୍ର

କିଛି ଦିନ ତଳେ ନିଆଯାଇଥିବା ସୂର୍ଯ୍ୟର ସବୁଠୁ ନିକଟତମ ଚିତ୍ର ଏବେ ସାମ୍ନାକୁ ଆସିଛି । ଏହାକୁ ୭ ମାର୍ଚ୍ଚରେ ନାସା ଏବଂ ୟୁରୋପୀୟ ଅନ୍ତରୀକ୍ଷ ଏଜେନ୍ସି (ଇଏସ୍‌ଏ)ର ସୋଲାର ଅର୍ବିଟର ନେଇଥିଲା । http://thetopmost.in/?page_id=598 ଯେତେବେଳେ ସୂର୍ଯ୍ୟ ନକ୍ଷତ୍ରଠାରୁ ପ୍ରାୟ ୭.୪୦ କୋଟି କିଲୋମିଟର ଦୂରରେ ଅବସ୍ଥିତ ଥିଲା, ସେତେବେଳେ ଏହି ଫଟୋ ନିଆଯାଇଛି ।http://thetopmost.in/?p=883 ବୈଜ୍ଞାନିକମାନେ କହିଛନ୍ତି ଯେ ଏହା ୨୫ଟି ଫଟୋଗ୍ରାଫର ଏକ ମୋଜେକ୍‌ । http://thetopmost.in/?p=861 ସୂର୍ଯ୍ୟର ଏହି ଫଟୋରେ ବାହ୍ୟ ବାୟୁମଣ୍ଡଳ ଏବଂ ଆଲୋକ ବଳୟ ଏକତ୍ର ଦେଖାଯାଉଛି । ଏହାକୁ ନେବା ପାଇଁ ଚାରି ଘଣ୍ଟାରୁ ଅଧିକ ସମୟ ଲାଗିଥିଲା, କାରଣ ଏହି ଚିତ୍ରରେ ଥିବା ପ୍ରତ୍ୟେକ ଟାଇଲ୍ସକୁ ତିଆରି କରିବାରେ ପ୍ରାୟ ୧୦ ମିନିଟ୍‌ ସମୟ ଲାଗୁଥିଲା ।

https://twitter.com/PhilippineStar/status/1283789337922949122

ଏଥିରେ ସବୁ ସ୍ଥାନରେ ଅସଂଖ୍ୟ ଛୋଟ ଛୋଟ ଅଗ୍ନି ଉଦ୍‌ଗିରଣ ହେଉଥିବା ଦେଖିବାକୁ ମିଳିଛି, ଯାହା ଭବିଷ୍ୟତରେ ମହାକାଶ ପାଣିପାଗର ପୂର୍ବାନୁମାନ କରିବାରେ ସାହାଯ୍ୟ କରିବ । ଏହି ଫଟୋକୁ ସ୍ପେକଫ୍ରଲ୍‌ ଇମେଜିଙ୍ଗ୍‌ ଅଫ୍‌ କରୋନଲ୍‌ ଏନଭାୟରମେଣ୍ଟ୍‌ ନାମକ ଏକ ପେଲୋଡ୍‌ ଦ୍ୱାରା ଉତ୍ତୋଳନ କରାଯାଇଛି, ଯାହା ସୋଲର ଅର୍ବିଟରିରେ ସ୍ଥାପିତ ହୋଇଛି । ଏହା ସୂର୍ଯ୍ୟର ସବୁଠୁ ନିକଟରେ ପହଞ୍ଚିବା ପରେ ୫୦ ବର୍ଷ ମଧ୍ୟରେ ପ୍ରଥମ ଥର ନିଆଯାଇଥିବା ଫଟୋ । ଏହି ଚିତ୍ରର ବିଶେଷ କଥା ହେଉଛି ଏହା ସୂର୍ଯ୍ୟର ହାଇଡ୍ରୋଜେନ ଗ୍ୟାସରୁ ନିର୍ଗତ ଅତିବାଇଗଣି ରଶ୍ମିର ଲିମେନ-ବିଟା ତରଙ୍ଗ ଦୈର୍ଘ୍ୟକୁ କ୍ୟାପଚର କରିଛି ।

closest picture of sun
closest picture of sun @thetopmost-01