ରୋଗବୈରାଗ୍ୟ ତ ଆଜିକାଲିକା ସମୟ ପାଇଁ ଏକ ନିହାତି ସାଧାରଣ କଥା ପାଲଟିଗଲାଣି। ଖାଇବା ଓ ଶୋଇବାର ଠିକ୍ଠିକଣା ନରହିଲେ ଯେ ବିଭିନ୍ନ ପ୍ରକାରର ରୋଗ ମାଡ଼ି ବସେ ଏହା ଆପଣ ଅସ୍ବୀକାର କରିପାରିବେ ନାହିଁ। ବିଶେଷ କରି ହୃଦ୍ ରୋଗ ଆଜିକାଲିକା ସମୟ ପାଇଁ ଏକ ସାଧାରଣ ସମସ୍ୟା ପାଲଟି ଗଲାଣି। କେବଳ ବୟସ୍କ ନହଁନ୍ତି, ବରଂ ଯୁବ ବୟସ୍କ ବ୍ୟକ୍ତିଙ୍କ ଭିତରେ ବି ଏବେ ଏହି ରୋଗ ଦେଖିବାକୁ ମିଳୁଛି। ଦୂଷିତ ପରିବେଶ ଓ ବିଷାକ୍ତ ଖାଦ୍ୟ ଏହାର ମୁଖ୍ୟ କାରଣ। ଆମେ ସୁସ୍ଥକର ଖାଦ୍ୟ ଖାଇଲେ ଏହି ସମସ୍ୟାକୁ ଏଡ଼େଇ ଦେଇ ପାରିବା। ତେବେ, ଚାଲନ୍ତୁ ଜାଣିବା କେଉଁ ସବୁ ଖାଦ୍ୟ ଖାଇଲେ ଆମେ ହୃଦ୍ ରୋଗରୁ ମୁକ୍ତି ପାଇପାରିବା।
ଗାଜର ଖାଇବା ହୃତ୍ପିଣ୍ଡ ପାଇଁ ଖୁବ୍ ଭଲ ହୋଇଥାଏ। ଏଥିରେ ପ୍ରଚୁର ପରିମାଣର କ୍ୟାରୋଟିନଏଡ୍ସ୍ ଥାଏ। ଏଥିରେ ଥିବା ଶକ୍ତିଶାଳୀ ଆଣ୍ଟି ଅକ୍ସିଡାଣ୍ଟ୍ ହୃଦ୍ ରୋଗୀଙ୍କ ପାଇଁ ଖୁବ୍ ଭଲ ହୋଇଥାଏ। ବିଲାତି ବାଇଗଣ ଖାଇବା ମଧ୍ୟ ଖୁବ୍ ଉପକାରୀ। ଏଥିରେ ଥିବା ଲାଇକୋଫିନ୍ ହୃତ୍ପିଣ୍ଡକୁ ସୁସ୍ଥ ରଖିଥାଏ। ବ୍ରୋକୋଲି ଏକ ଖୁବ୍ ଭଲ ପରିବା। ଏଥିରେ ଥିବା ଭିଟାମିନ୍ ସି ହୃଦ୍ ରୋଗ ଦମନ କରିବା ପାଇଁ ଯଥେଷ୍ଟ। ଆପଣ ମଝିରେ ମଝିରେ ବ୍ରୋକଲିକୁ ମଧ୍ୟ ଭକ୍ଷଣ କରନ୍ତୁ। ଯେତେ ପାରୁଛନ୍ତି ବିଭିନ୍ନ ପ୍ରକାରର ଶାଗ ଖାଆନ୍ତୁ। ଏହା କେବଳ ହୃଦ୍ ରୋଗ ନୁହେଁ, ଆହୁରି ଅନେକ ପ୍ରକାର ରୋଗକୁ ଭଲ କରିଥାଏ। ପିଆଜ ଓ ରସୁଣ ବି ହୃଦ୍ ରୋଗୀଙ୍କ ପାଇଁ ଭଲ ହୋଇଥାଏ। ଆପଣଙ୍କ ହୃଦ୍ ସମସ୍ୟା ଥିଲେ ଏହାକୁ ଭକ୍ଷଣ କରିପାରିବେ। ଆଳୁରେ ପ୍ରଚୁର ପରିମାଣର ପଟାସିୟମ ଅଛି। ତେଣୁ ଆଳୁ ଖାଇବା ଦ୍ବାରା ହୃଦ୍ ରୋଗ ସହ ରକ୍ତ ଚାପ ବି ନିୟନ୍ତ୍ରଣରେ ରହିଥାଏ।
More Stories
ଭୃସଙ୍ଗ ପତ୍ରର ନ୍ୟୁଟ୍ରିସନକୁ ସରି ହେବନି ମହଙ୍ଗା ଔଷଧ
ଗର୍ଭାବସ୍ଥାରେ କେଉଁ ଧାତୁର ପ୍ରଭାବ କିପରି ହୋଇଥାଏ
magic of sugarcane juice ଆଖୁରସର ଚମତ୍କାରୀତା