ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥା କଡାକଡି । ୭୫ ତମ ସ୍ବାଧୀନତା ଦିବସ ପାଳନ ପାଇଁ ଦିଲ୍ଲୀରେ ସୁରକ୍ଷା କଡ଼ାକଡ଼ି ହୋଇଛି । ଏହି ଅବସରରେ ଦିଲ୍ଲୀରେ ଆତଙ୍କବାଦୀ ଆକ୍ରମଣ ହେବାର ଆଶଙ୍କା ଥିବାରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ହୋଇଛି । ଲାଲ୍କିଲ୍ଲା ନିକଟରେ ୧୦ ହଜାରରୁ ଅଧିକ ପୁଲିସ ମୁତୟନ ହେବେ । ସମସ୍ତ ସମ୍ବେଦନଶୀଳ ସ୍ଥାନ ତଥା ମେଟ୍ରୋ ଷ୍ଟେସନ, ରେଳ ଷ୍ଟେସନ, ବିମାନବନ୍ଦର ଏବଂ ପ୍ରମୁଖ ବଜାର ଗୁଡ଼ିକରେ ଅତିରିକ୍ତ ସୁରକ୍ଷା ବାହିନୀ ମୁତୟନ ହୋଇଛନ୍ତି । ଲାଲ୍କିଲ୍ଲା ନିକଟରେ ମଧ୍ୟ ପ୍ରାୟ ୧ ହଜାର ଉଚ୍ଚ କ୍ଷମତାସମ୍ପନ୍ନ କ୍ୟାମେରା ଲାଗିବ । ଉତ୍ତର, କେନ୍ଦ୍ରୀୟ ଏବଂ ନୂଆ ଦିଲ୍ଲୀରେ ପୁଲିସ ବିଭାଗ ଦ୍ବାରା ଏହି ସବୁ କ୍ୟାମେରା ଲଗାଯିବ ।
“The eyes believe themselves, the ears believe other people.”
More Stories
ଖୋଲିଲା ବିପୁଳ ନିଯୁକ୍ତି ସୁଯୋଗ
ପେନସନ୍ ଭୋଗୀଙ୍କ ପାଇଁ ଆସିଲା ବଡ ଖବର
ମହାକୁମ୍ଭରେ ଭିଡପାଇଁ 30 ମୃତ, 60 ଆହତ