ବ୍ରଜମଣ୍ଡଳ ଯାତ୍ରାକୁ ନେଇ ପୋଲିସ ସୁରକ୍ଷା ବଳୟରେ ହରିୟାଣାର ନୁହ । ପ୍ରଶାସନର ବିନା ଅନୁମତିରେ ବିଶ୍ବ ହିନ୍ଦୁ ପରିଷଦ ପକ୍ଷରୁ ବ୍ରଜମଣ୍ଡଳ ଯାତ୍ରାର ଆୟୋଜନ କରାଯାଇଥିବାରୁ ହାଇ ଆଲର୍ଟ ଜାରି କରାଯିବା ସହ ସହର ସାରା ପୋଲିସ ଫୋର୍ସ ନିୟୋଜିତ କରାଯାଇଛି । ସମ୍ବେଦନଶୀଳ ଜିଲ୍ଲାଗୁଡ଼ିକର ସୀମାରେ ସୁରକ୍ଷା ବ୍ୟବସ୍ଥା ବଢ଼ାଇ ଦିଆଯାଇଛି । ନୁହରେ ସମସ୍ତ ସ୍କୁଲ, କଲେଜ ଓ ଶିକ୍ଷାନୁଷ୍ଠାନ ବନ୍ଦ ରଖାଯାଇଛି । ଏହାସହ ଇଣ୍ଟରନେଟ ଓ ମେସେଜ ସେବା ବନ୍ଦ କରାଯାଇଥିବା ବେଳେ ୧୪୪ ଧାରା ଜାରି ହୋଇଛି । ଗୋଟିଏ ସ୍ଥାନରେ ୪ରୁ ଅଧିକ ଲୋକ ଏକାଠି ହେବାରେ କଟକଣା ଜାରି କରାଯାଇଛି । ଜୁଲାଇ ୩୧ ତାରିଖରେ ବ୍ରଜମଣ୍ଡଳ ଶୋଭାଯାତ୍ରା ବେଳେ ଦୁଇ ଗୋଷ୍ଠୀ ମଧ୍ୟରେ ହୋଇଥିବା ସଂଘର୍ଷରେ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଶତାଧିକ ଆହତ ହୋଇଥିଲେ । ଏବେ ବି ସ୍ଥିତି ସମ୍ପୂର୍ଣ୍ଣ ଶାନ୍ତ ପଡ଼ି ନଥିବାରୁ ପୁଣି ଶୋଭାଯାତ୍ରା ପାଇଁ ପୋଲିସ ପ୍ରଶାସନ ଅନୁମତି ଦେଇ ନଥିଲା । ଏହାସତ୍ତ୍ବେ ଶୋଭାଯାତ୍ରାର ଆୟୋଜନ କରାଯାଇଥିବାରୁ ସୀମାବର୍ତ୍ତୀ ଅଞ୍ଚଳରେ ଚେକିଂ କଡ଼ାକଡ଼ି କରିଛି ପୋଲିସ ।
“The eyes believe themselves, the ears believe other people.”
More Stories
ତହବୁର ରାଣାକୁ ଘନ ଘନ ଜେରା
ବିଜେପିର ନୂଆ ସଭାପତି ହେଲେ ନୈନାର ନାଗେନ୍ଦ୍ରନ୍
ବହୁ ଚେଷ୍ଟା ପରେ ବି ବଦଳେନାହିଁ ସ୍ବାମୀ ସ୍ତ୍ରୀଙ୍କର ଏହି ଗୁଣ