The Topmost

“The eyes believe themselves, the ears believe other people.”

ସୁପ୍ରିମକୋର୍ଟ ଗଲେ ଆନ୍ଦୋଳନରତ କୁସ୍ତିଯୋଦ୍ଧା

ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲେ ଆନ୍ଦୋଳନରତ କୁସ୍ତିଯୋଦ୍ଧା । ଭାରତୀୟ କୁସ୍ତି ମହାସଂଘର ଅଧ୍ୟକ୍ଷ ବ୍ରିଜଭୂଷଣ ସିଂଙ୍କ ବିରୋଧରେ ଏଫଆଇଆର ରୁଜୁ କରିବା ପାଇଁ ନିର୍ଦ୍ଦେଶ ଦେବାକୁ ସୁପ୍ରିମକୋର୍ଟ ଯାଇଛନ୍ତି କୁସ୍ତିଯୋଦ୍ଧା । ଡବ୍ଲୁଏଫଆଇର ଅଧ୍ୟକ୍ଷଙ୍କ ବିରୋଧରେ ଆନ୍ଦୋଳନ କରୁଛନ୍ତି ବିନେଶ ଫୋଗଟଙ୍କ ସହ ଅନ୍ୟ କୁସ୍ତିଯୋଦ୍ଧା । ରେସଲିଂ ଫେଡେରସନ ଅଫ ଇଣ୍ଡିଆର ମୁଖ୍ୟ ତଥା ଅନ୍ୟ ପ୍ରଶିକ୍ଷକମାନେ ମହିଳା କୁସ୍ତି ଯୋଦ୍ଧାଙ୍କୁ ଯୌନ ଶୋଷଣ କରୁଥିବା ଅଭିଯୋଗ କରିଆସୁଛନ୍ତି । ପୋକ୍ସୋ ଆଇନ ଅନୁସାରେ ଦଫା ଲଗାଇବାକୁ ଦାବି କରିଛନ୍ତି କୁସ୍ତିଯୋଦ୍ଧା । ଭାରତୀୟ କୁସ୍ତି ଯୋଦ୍ଧାମାନେ ଗତକାଲି ଠାରୁ ଦିଲ୍ଲୀର ଜନ୍ତରମନ୍ତରରେ ଆନ୍ଦୋଳନ କରୁଛନ୍ତି ।