ସୁଧୁରୁନି ହିମାଚଳ ପ୍ରଦେଶ ସ୍ଥିତି । ଉଦ୍ଧାର କାର୍ଯ୍ୟ ଜାରି ରହିଥିବାବେଳେ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗର ଆକଳନ ଅଧିକ ଚିନ୍ତା ସୃଷ୍ଟି କରିଛି । ସମର ହିଲ୍ସ ଅଞ୍ଚଳରେ ପୁନର୍ବାର ଭୂସ୍ଖଳନ ହେବା ଯୋଗୁ ସେଠାରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଆଜି ଓ କାଲି ସାରା ରାଜ୍ୟରେ ବର୍ଷା ହେବ ବୋଲି ଆଶଙ୍କା କରାଯାଇଛି । ଏହା ସହ ୨୨ ଓ ୨୩ ତାରିଖରେ ବି ପ୍ରବଳ ବର୍ଷା ଆଶଙ୍କା ରହିଛି ବୋଲି ସୂଚନା ପରେ ବଢିଛି ଚିନ୍ତା । ଲ୍ୟାଣ୍ଡ ସ୍ଲାଇଡ, ଫ୍ଲାସ ଫ୍ଲଡ, ବିଭିନ୍ନ ନଦୀରେ ଜଳପତ୍ତନ ବୃଦ୍ଧି ଯୋଗୁ ଏବେ ବି ସାରା ରାଜ୍ୟରେ ହାହାକାର ଅବସ୍ଥା ଜାରି ରହିଛି । ରାଜ୍ୟର ବିପତ୍ତିକୁ ଜାତୀୟ ବିପର୍ଯ୍ୟୟ ଘୋଷଣା ଲାଗି ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁ ଦାବି କରିଥିବା ସତ୍ତ୍ବେ କେନ୍ଦ୍ର ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇନାହିଁ । ରାଜ୍ୟରେ ବର୍ଷାଜନିତ କ୍ଷତି ୧୦ ହଜାର କୋଟି ଟଙ୍କାରୁ ଅଧିକ ହେବ ବୋଲି କହିଥିଲେ ସୁଖୁ ।
“The eyes believe themselves, the ears believe other people.”
More Stories
ବହୁ ଚେଷ୍ଟା ପରେ ବି ବଦଳେନାହିଁ ସ୍ବାମୀ ସ୍ତ୍ରୀଙ୍କର ଏହି ଗୁଣ
ଅତ୍ୟଧିକ ଜଙ୍କଫୁଡ୍ ଆଣିଥାଏ ଏହି ସବୁ ସମସ୍ୟା
ରାତିରେ ହଇରାଣ କରୁଛି କି ଆପଣଙ୍କ ଶିଶୁ