The Topmost

“The eyes believe themselves, the ears believe other people.”

ସୁଧା ମୂର୍ତ୍ତିଙ୍କୁ NCERT ଦେଲା ଗୁରୁ ଦାୟିତ୍ବ

ପିଲାଙ୍କ ସିଲାବସ ତିଆରି କରିବେ ଦେଶର ଜଣାଶୁଣା ଲେଖିକା ତଥା ଇନଫୋସିସର ପ୍ରତିଷ୍ଠାତା ନାରାୟଣ ମୂତ୍ତିଙ୍କ ପତ୍ନୀ ସୁଧା ମୂର୍ତ୍ତି । NCERT ପ୍ୟାନେଲ ପକ୍ଷରୁ ତାଙ୍କ ନାମକୁ ଅନ୍ତଭୂକ୍ତ କରାଯାଇଛି । କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ କ୍ରମେ NCERT କମିଟିରେ ସୁଧାଙ୍କ ନାମ ରହିଛି । ବିଦ୍ୟାଳୟ ସିଲାବସରେ ସଂଶୋଧନ ଏବଂ ନୂଆ ସିଲାବସ ତିଆରି କରିବ ଏହି କମିଟି । ଏହି ପ୍ୟାନେଲରେ ପ୍ରଧାନମନ୍ତ୍ରୀଙ୍କ ଅଥର୍ନୈତିକ ପରାମର୍ଶଦାତା ପରିଷଦର ସଭାପତି ବିବେକ ଦେବରାୟ, ଉପଦେଷ୍ଟା କିମଟିର ସଦସ୍ୟ ସଞ୍ଜୀବ ସାନ୍ୟାଲ, ଆରଏସଏସ ବିଚାରକ ଚାମୁ କୃଷ୍ଣା ଶାସ୍ତ୍ରୀ ଏବଂ ଗାୟକ ତଥା ମ୍ୟୁଜିକ କମ୍ପୋଜର ମହାଦେବନ ପ୍ରମୁଖ ସାମିଲ ଅଛନ୍ତି । ପିଲାଙ୍କ ସିଲାବସ ତିଆରି କରିବା ଏବଂ ସଂଶୋଧନ କରିବା ପାଇଁ ୧୯ ଜଣିଆ କମିଟି ଗଠନ କରାଯାଇଛି । ନ୍ୟାସନାଲ ସ୍କୁଲ ଅଫ ଏଜୁକେସନ ପ୍ଲାନିଂ ଆଣ୍ଡ ଆଡ଼ମିନଷ୍ଟ୍ରେସନର କୁଳପତି ମହେଶଚନ୍ଦ୍ର ପନ୍ଥ ଏହି କମିଟିର ସଭାପତି ରହିଛନ୍ତି ।