The Topmost

“The eyes believe themselves, the ears believe other people.”

ସୀମାଙ୍କ ମୁହଁରେ ପାକିସ୍ତାନ ମୁର୍ଦ୍ଦାବାଦ ନାରା

ସ୍ବାଧୀନତା ଦିବସ ପୂର୍ବରୁ ପାକିସ୍ତାନ ମୁର୍ଦ୍ଦାବାଦ ନାରା ଦେଲେ ସୀମା ଦାଇଦର । ପବଜି ଖେଳରୁ ଭାରତୀୟ ଯୁବକ ସଚିନଙ୍କ ପ୍ରେମରେ ପଡ଼ି ଭାରତ ଆସିଥିବା ସୀମା ହାଇଦରଙ୍କ ମୁହଁରେ ହିନ୍ଦୁସ୍ଥାନ ଜିନ୍ଦାବାଦର ନାରା । ସୀମା କହିଛନ୍ତି କି, ମୁଁ ହେଉଛି ଭାରତୀୟ । ’ହର ଘର ତ୍ରିରଙ୍ଗା’ ଅଭିଯାନରେ ସାମିଲ ହେବା ସହ ସଚିନ ଏବଂ ସେ ତାଙ୍କ ଘରେ ତ୍ରିରଙ୍ଗା ବାନ୍ଧିଛନ୍ତି । ସୀମା ତ୍ରିରଙ୍ଗା ଶାଢ଼ୀରେ ନଜର ଆସିଥିବାବେଳେ ମଥାରେ ଜୟ ମାତା ଦୀ ଚନି ପକାଇଥିଲେ । ଏହାସହ ସୀମାଙ୍କ ହାତରେ ରହିଥିଲା ତ୍ରିରଙ୍ଗା । ଛୁଆଙ୍କୁ କୋଳରେ ଧରି ହିନ୍ଦୁସ୍ଥାନ ଜିନ୍ଦାବାଦ ଏବଂ ପାକିସ୍ତାନ ମୁର୍ଦ୍ଦାବାଦର ନାରା ଦେଇଛନ୍ତି । ଏହାସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଜିନ୍ଦାବାଦ ନାରା ମଧ୍ୟ ଦେଇଛନ୍ତି । ଯାହାର ଭିଡିଓଟି ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ୟୁଜର୍ସମାନେ ଏହି ଭିଡିଓକୁ ଲାଇକ କରିବା ସହ ସେୟାର ମଧ୍ୟ କରୁଛନ୍ତି ।