ଲ୍ୟାଣ୍ଡଫଲ କଲା ବାତ୍ୟା ମାଣ୍ଡୋସ୍ । ମଧ୍ୟରାତ୍ରୀରେ ଚେନ୍ନାଇ ଉପକୂଳରେ ସ୍ଥଳଭାଗ ଅତିକ୍ରମ କରିଛି । ତାମିଲନାଡୁର ମହାବଳିପୁରମରେ ସିଭିୟର ସାଇକ୍ଲୋନିକ ଷ୍ଟର୍ମରେ ପରିଣତ ହୋଇ ଏହା ଲ୍ୟାଣ୍ଡଫଲ କରିଛି । ଏହି ସମୟରେ ଘଣ୍ଟାପ୍ରତି ୮୦ରୁ ଅଧିକ କିଲୋମିଟର ବେଗରେ ପବନ ବହିଥିଲା । ପବନରେ ବଡ଼ବଡ଼ ଗଛ ଭାଙ୍ଗି ଯାଇଥିବାବେଳେ କଚ୍ଚା ଘର ଉଡ଼ିଯାଇଛି । ବିଭିନ୍ନସ୍ଥାନରେ ପ୍ରବଳ ବର୍ଷା ଲାଗି ରହିଛି । ସ୍ଥିତିକୁ ଦେଖି ବିଭିନ୍ନ ଜିଲ୍ଲାରେ ସ୍କୁଲ, କଲେଜ ବନ୍ଦ କରାଯାଇଛି । ୧୫ଟି ବିମାନକୁ ବାତିଲ କରିଦିଆଯାଇଛି । ଏନଡିଆରଏଫ ଓ ନୌସେନା ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି ।
“The eyes believe themselves, the ears believe other people.”
More Stories
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ
ସବୁ ପାକିସ୍ତାନୀଙ୍କ ଭିସା ରଦ୍ଦ କଲେ ସରକାର
ପାକିସ୍ତାନୀ ଏକ୍ସ ଆକାଉଣ୍ଟକୁ ବ୍ଲକ୍ କଲା ଭାରତ