ଆଜି ଦିଲ୍ଲୀ ସିବିଆଇ ମୁଖ୍ୟାଳୟରେ ହାଜର ହେବେ ମନୀଷ ସିସୋଦିଆ । ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ମନୀଷ ସିସୋଦିଆଙ୍କୁ ଗତକାଲି ସମନ ଜାରି କରିଥିଲା ସିବିଆଇ । ଆଜି ସିବିଆଇରେ ହାଜର ହେବା ଲାଗି ଦିଆଯାଇଥିଲା ନିର୍ଦ୍ଦେଶ । ମଦ ଦୁର୍ନୀତି ମାମଲାରେ ଉଭୟ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଓ ସିବିଆଇ ପୂର୍ଣ୍ଣ କ୍ଷମତା ପ୍ରୟୋଗ କରିବାରେ ଲାଗିଛନ୍ତି । ପୂର୍ବରୁ ତାଙ୍କ ଘରେ ରେଡ ହୋଇଥିଲା, ବ୍ୟାଙ୍କ ଲକର ସର୍ଚ୍ଚ କରାଯାଇଥିଲା । ମାତ୍ର କିଛି ପାଇ ନଥିଲା ବୋଲି କହିଛନ୍ତି ମନୀଷ । ଦିଲ୍ଲୀ ପିଲାଙ୍କ ଭଲ ପଢିବା ଲାଗି ସେ ସମସ୍ତ ବ୍ୟବସ୍ଥା କରୁଛନ୍ତି । ମାତ୍ର ଏହା ନ କରିବା ଲାଗି ସିବିଆଇ ଓ ଇଡି ଚାହୁଁଛନ୍ତି । ସବୁ ପ୍ରକାର ତଦନ୍ତ ଲାଗି ସେ ପ୍ରସ୍ତୁତ ବୋଲି କହିଛନ୍ତି ସିସୋଦିଆ ।
“The eyes believe themselves, the ears believe other people.”
More Stories
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ
ସବୁ ପାକିସ୍ତାନୀଙ୍କ ଭିସା ରଦ୍ଦ କଲେ ସରକାର
ପାକିସ୍ତାନୀ ଏକ୍ସ ଆକାଉଣ୍ଟକୁ ବ୍ଲକ୍ କଲା ଭାରତ