ସିକ୍କିମ ସରକାର ମାତୃତ୍ୱ ଛୁଟିକୁ ନେଇ ବଡ ଘୋଷଣା କରିଛନ୍ତି । ଏବେ ରାଜ୍ୟରେ ମାତୃତ୍ୱ ଲାଭ କରିବାକୁ ଥିବା ମହିଳା ସରକାରୀ କର୍ମଚାରୀଙ୍କୁ ୧୨ ମାସ ପର୍ଯ୍ୟନ୍ତ ସରକାରୀ ଛୁଟି ମିଳିବ । ସିକ୍କିମ ମୁଖ୍ୟମନ୍ତ୍ରୀ ପ୍ରେମ୍ ସିଂ ତମାଙ୍ଗ ଏହି ଘୋଷଣା କରିଛନ୍ତି । ଏହାସହ ମାତୃତ୍ୱ ଲାଭ କରିବାକୁ ଯାଉଥିବା ମହିଳାଙ୍କ ସ୍ୱାମୀ ଯଦି ସରକାରୀ ଚାକିରି କରିଥାନ୍ତି ତେବେ ତାଙ୍କୁ ମଧ୍ୟ ଏହି ଅବଧି ମଧ୍ୟରେ ଗୋଟିଏ ମାସ ଛୁଟି ମିଳିବ । ମୁଖ୍ୟମନ୍ତ୍ରୀ କହିଛନ୍ତି କି ଖୁବଶୀଘ୍ର ଏହାକୁ ଆଇନରେ ପରିଣତ କରାଯିବ । ଯାହାଦ୍ୱାରା ରାଜ୍ୟରେ ହଜାର ହଜାର ମହିଳା ସରକାରୀ କର୍ମଚାରୀ ଉପକୃତ ହେବେ । ସିକ୍କିମ ରାଜ୍ୟ ସିଭିଲ ଅଧିକାରୀ ସଂଘର ବାର୍ଷିକ ଉତ୍ସବକୁ ସମ୍ବୋଧିତ କରିବା ଅବସରରେ ସିକ୍କିମ ମୁଖ୍ୟମନ୍ତ୍ରୀ କହିଛନ୍ତି କି, ଏହା ଦ୍ୱାରା ସରକାରୀ କର୍ମଚାରୀ ନିଜ ପରିବାର ଓ ପିଲାଙ୍କର ଦେଖାରଖା କରିବାର ସୁଯୋଗ ପାଇବେ । ଏନେଇ ଖୁବଶୀଘ୍ର ବିଜ୍ଞପ୍ତି ଜାରି କରାଯିବ ।
“The eyes believe themselves, the ears believe other people.”
More Stories
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ
ସବୁ ପାକିସ୍ତାନୀଙ୍କ ଭିସା ରଦ୍ଦ କଲେ ସରକାର
ପାକିସ୍ତାନୀ ଏକ୍ସ ଆକାଉଣ୍ଟକୁ ବ୍ଲକ୍ କଲା ଭାରତ