ଦୁନିଆର ସର୍ବୋଚ୍ଚ ଯୁଦ୍ଧ କ୍ଷେତ୍ର ସିଆଚିନ ଗ୍ଲେସିୟର । ତାପମାତ୍ରା ମାଇନସ ୪୨ ଡିଗ୍ରୀ ତଳେ । ଏଭଳି ପରିବେଶରେ ବି ଦେଶର ସୁରକ୍ଷା ପାଇଁ ଏଠାରେ ମୁତୟନ ହୋଇଛନ୍ତି ଯବାନ୍ । ଏବେ ପ୍ରଥମ ଥର ପାଇଁ ଜଣେ ମହିଳା ଅଧିକାରୀଙ୍କୁ ସିଆଚୀନରେ ମୁତୟନ କରାଯାଇଛି । ଏହି ମହିଳା ଅଧିକାରୀଙ୍କ ନାଁ ହେଉଛି କ୍ୟାପଟେନ ଶିବା ଚୌହାନ । ଯିଏକି ସେନା ଫାୟାର ଆଣ୍ଡ ଫ୍ୟୁରୋସ କର୍ପସ ଜଣେ ବରିଷ୍ଠ ଅଧିକାରୀ । କଠିନ ପରିଶ୍ରମ ଓ ଅକ୍ଳାନ୍ତ ଉଦ୍ୟମ ପରେ ଏବେ ଶିବା ଚୌହାନ ଭାରତୀୟ ସେନାର ପ୍ରଥମ ମହିଳା ଅଧିକାରୀ ଯିଏକି ବିଶ୍ୱର ଏହି ସର୍ବୋଚ୍ଚ ଯୁଦ୍ଧ କ୍ଷେତ୍ରରେ ମୁତୟନ ହୋଇଛନ୍ତି । ଶତ୍ରୁପକ୍ଷକୁ ଜଗିବା ପାଇଁ ୩ହଜାରରୁ ଅଧିକ ସଂଖ୍ୟକ ସୈନ୍ୟଙ୍କୁ ମୃତୟନ କରାଯାଏ । ମୁତୟନ ଯବାନଙ୍କ ସମସ୍ତ ଖର୍ଚ୍ଚ ପାଇଁ ସରକାର ବାର୍ଷିକ ୫କୋଟି ଟଙ୍କା ଖର୍ଚ୍ଚ କରିଥାନ୍ତି ।
More Stories
ଲାଗୁ ହେଲା ଅଷ୍ଟମ ବେତନ ଆୟୋଗ, ଜାଣନ୍ତୁ କେତେ ବଢିବ ଦରମା
ଗଣତନ୍ତ୍ର ଦିବସ ପାଇଁ ଦିଲ୍ଲୀରେ ସ୍ପେଶାଲ ଟ୍ରାଫିକ୍ ବ୍ୟବସ୍ଥା
2025 ରିପବ୍ଲିକ୍ ଡେ ହାଇଲାଇଟ୍ସ୍