()ସରକାରଙ୍କ ପକ୍ଷରୁ କଟକ ଜିଲ୍ଲା ସାଲେପୁର ସହରକୁ ଯୋଗାଇ ଦିଆଯାଇଛି ମୋ ବସ୍ । ଏହି କାର୍ଯ୍ୟକ୍ରମକୁ ସାଲେପୁର ପଞ୍ଚାୟତ ସମିତି ଅଧ୍ୟକ୍ଷ ରାମଚନ୍ଦ୍ର ଭୋଇ ପତାକା ଦେଖାଇ ଶୁଭ୍ ଉଦ୍ଘାଟନ୍ କରିଛନ୍ତି । ସେହିପରି ଏହି କାର୍ଯ୍ୟକ୍ରମରେ ସାଲେପୁର ବ୍ୟବସାୟ ସଂଘର ସଭାପତି ନବ କିଶୋର କର, ସରକାରୀ ଓକିଲ ରବୀନ୍ଦ୍ର କୁମାର ପଣ୍ଡା , ସରପଞ୍ଚ ପବିତ୍ର ସାମଲ ପ୍ରମ୍ମୁଖ ଉପସ୍ଥିତ ରହି ସ୍ୱାଗତ କରିଥିଲେ। ଏଥିରେ ସାଲେପୁର ଅଞ୍ଚଳର ବହୁ ଜନସାଧାରଣ ଉପସ୍ଥିତ ରହିଥିଲେ।
କଟକ ଚାନ୍ଦବାଲି ରାସ୍ତାର ସାଲେପୁର ସହର ହେଉଛି ଏକ ପ୍ରମ୍ମୁଖ ସହର। ଜନସାଧାରଣଙ୍କ ସୁବିଧାପାଇଁ ସରକାର ମୋବସ ସେବା ଯୋଗାଇ ଦେଇଛନ୍ତି। ଯାହାଦ୍ୱାରା ଜନସାଧାରଣ ସୁବିଧାରେ କଟକରୁ ସାଲେପୁର ଯାତାୟାତ କରିପାରିବେ। ଏନେଇ ସାଲେପୁରବାସୀଙ୍କ ମନରେ ଖୁସିର ଲହରୀ ଦେଖାଦେଇଛି।
More Stories
ଅତ୍ୟଧିକ କଖାରୁ ଡାଲମା ଖାଉଛନ୍ତି କି
କେବେ ଥମିବ ଅପରାଧ, ୩ ବର୍ଷରେ ୮୧୯ ଦୁଷ୍କର୍ମ
ଓଡିଶା ସୀମାକୁ ଘେରିଛନ୍ତି 2000 ନକ୍ସଲ୍