ସାମ୍ନାକୁ ଆସିଲା ଅଯୋଧ୍ୟା ରାମମନ୍ଦିର ଗର୍ଭଗୃହର ନୂଆ ଭିଡିଓ । ଆସନ୍ତା ୨୨ ତାରିଖରେ ଅଯୋଧ୍ୟାଠାରେ ରାମଲାଲାଲାଙ୍କ ପ୍ରାଣ ପ୍ରତିଷ୍ଠା ହେବ । ଏଥିପାଇଁ ସାରା ଦେଶରେ ଲୋକଙ୍କ ଉତ୍ସାହ ରହିଛି । ବହୁ ଭକ୍ତ ମଧ୍ୟ ସେଠାକୁ ଯିବା ପାଇିଁ ପ୍ରସ୍ତୁତ ହୋଇ ରହିଛନ୍ତି । ଏହାରି ଭିତରେ ସାମ୍ନାକୁ ଆସିଛି ମନ୍ଦିର ଗର୍ଭ ଗୃହର ଆଉ ଏକ ଦୃଶ୍ୟ । ମନ୍ଦିରରେ ଲାଗିଥିବା ପ୍ରଥମ ସୁନା କବାଟର ଦୃଶ୍ୟ ଦେଖିବାକୁ ମିଳିଛି । ପୁରା ମନ୍ଦିରରେ ଏଭଳି ୨୨ଟି ସୁନା କବାଟ ଲାଗିବାର ସୂଚନା ରହିଛି ।
More Stories
ଗଜପତି ମହାରାଜାଙ୍କୁ ମିଳେ ଏପରି ଭେଟି
ଆଶ୍ବିନ ମାସରେ ଦେବୀ ଦୂର୍ଗାଙ୍କ ଶହସ୍ର କୁମ୍ଭାଭିଷେକ
କଳସ ଉପରେ କାହିଁକି ଦିଆଯାଏ ଆମ୍ବଡାଳ