September 18, 2025

ସାମିଲ ହେଲା ‘ଆଇଏନ୍‌ଏସ୍‌ ଭାଗିର୍‌’

ମୁମ୍ବାଇରେ କଳବରୀ ଶ୍ରେଣୀର ୫ମ ବୁଡ଼ାଜାହାଜ ‘ଆଇଏନ୍‌ଏସ୍‌ ଭାଗିର୍‌’କୁ ଭାରତୀୟ ନୌସେନାରେ ସାମିଲ କରାଯାଇଛି । ‘ଆଇଏନ୍‌ଏସ୍‌ ଭାଗିର୍‌’ ନୌସେନାର ‘ଆଇଏସ୍‌ଆର୍‌’ ଓ ସ୍ବତନ୍ତ୍ର ଅଭିଯାନ ସାମର୍ଥ୍ୟ ବୃଦ୍ଧି କରିବ । ଫରାସୀ ବୈଷୟିକ ଜ୍ଞାନକୌଶଳରେ ମୁମ୍ବାଇ ସ୍ଥିତ ମାଜାଗାଓଁ ଡକ୍‌ ସିପ୍‌ବିଲ୍‌ଡର୍ସ ଲିମିଟେଡ୍‌ ଦ୍ବାରା ନିର୍ମିତ ‘ଆଇଏନ୍‌ଏସ୍‌ ଭାଗିର୍‌’ର ସାମିଲ ଉତ୍ସବରେ ‘ଚିଫ୍‌ ଅଫ୍‌ ନାଭାଲ୍‌ ଷ୍ଟାଫ୍‌ ଆଡ୍‌ମିରାଲ୍‌ ଆର୍‌ ହରି କୁମାର ଯୋଗ ଦେଇଥିଲେ । ଏ ସଂକ୍ରାନ୍ତରେ ବିବୃତି ଦେଇ ନୌସେନା କହିଛି, ଶତ୍ରୁକୁ ଘଉଡ଼ାଇ ଭାରତର ସାମୁଦ୍ରିକ ସ୍ବାର୍ଥ ସୁଦୃଢ଼ କରିବା ପାଇଁ ନୌସେନାର ସାମର୍ଥ୍ୟ ବୃଦ୍ଧି କରିବା ସହିତ ଏହି ବୁଡ଼ାଜାହାଜ ସଙ୍କଟ ସମୟରେ ନିର୍ଣ୍ଣାୟକ ଆକ୍ରମଣ କରିବା ଲାଗି ଇଣ୍ଟେଲିଜେନ୍‌ସ୍‌, ସର୍ଭିଲେନ୍‌ସ୍‌ ଏବଂ ରିକୋନେସାନ୍‌ସ୍‌’ ପରିଚାଳନା କରିବ ।  ‘ୱାଗିର୍‌’ ଅର୍ଥ ‘ବାଲି ହାଙ୍ଗର’ ବା ‘ସ୍ୟାଣ୍ଡ୍‌ ସାର୍କ’ । ଏହା ଗୋପନୀୟତା ଓ ନିର୍ଭିକତାର ନିଦର୍ଶନ ଅଟେ ।

SHARE BY