The Topmost

“The eyes believe themselves, the ears believe other people.”

ସାବାଡ ହେବେ ନିଶାଡୀ ଓ ଅପରାଧୀ

ଆଗକୁ ବଡ଼ଦିନ ଓ ହକି ବିଶ୍ୱକପ୍ । ଏହାକୁ ନଜରରେ ରଖି କମିଶନରେଟ ପୋଲିସର ରଣନୀତି । ଅପରାଧ ଓ ଅପରାଧୀଙ୍କୁ ଚେକ୍‌ ଦେବା ପାଇଁ ଆରମ୍ଭ ହୋଇଛି ଅଭିଯାନ । ଯୋନ 6 ଏସିପିଙ୍କ ନେତୃତ୍ୱରେ ଇନଫୋସିଟି ଓ ଚନ୍ଦ୍ରଶେଖପୁର ଅଞ୍ଚଳରେ ମିଳିତ ପାଟ୍ରୋଲିଂ । ଆଇଆଇସି ଓ ସ୍ପେଶାଲ ଟିମ ରାସ୍ତା କଡରେ ଥିବା ଦୋକାନ ଓ ହୋଟେଲ ଗୁଡିକରେ ଚେକିଂ କରିବା ସହ ରାତି ସାଢ଼େ 10ଟା ସୁଦ୍ଧା ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ବିଳମ୍ବିତ ରାତି ପଯ୍ୟନ୍ତ ଦୋକାନ ଖୋଲିବା ଦ୍ୱାରା ନିଶାଡୀ ଓ ଅପରାଧୀ ମାନେ ଏକାଠି ହେଉଛନ୍ତି । ତେବେ ଆଗାମୀ ଦିନରେ ଅଭିଯାନକୁ ଜୋରଦାର କରାଯିବା ବୋଲି ଏସିପି କହିଛନ୍ତି ।