ଏଣିକି ସାବରକର ବିରୋଧୀ ବୟାନ ଦେବେନି ରାହୁଲ ଗାନ୍ଧୀ । ଏନସିପି ମୁଖ୍ୟ ଶରଦ ପାୱାର ବୁଝାଇବା ପରେ ରାହୁଲ ଗାନ୍ଧୀଙ୍କ ଚେତା ପଶିଛି । ଆଗକୁ ସାବରକର ବିରୋଧୀ ବୟାନ ଦେବେ ନାହିଁ ବୋଲି ରାହୁଲ ପ୍ରତିଶ୍ରୁତି ଦେଇଥିବା ସୂଚନା ମିଳିଛି । ସଂସଦର ସଦସ୍ୟତା ରଦ୍ଦ ପରେ ପ୍ରେସମିଟରେ ସବରକରଙ୍କୁ ନେଇ ରାହୁଲ ଗାନ୍ଧୀ ବିବାଦୀୟ ବୟାନ ଦେଇଥିଲେ । ଯାହା ବିରୋଧୀ ଏକତାରେ ଫାଟ ସୃଷ୍ଟି କରିଥିଲା । ଉଦ୍ଧବ ଗୋଷ୍ଠୀଙ୍କ ଶିବସେନାର ସାଂସଦ ସଂଜୟ ରାଉତ କହିଥିଲେ, ଏଭଳି ବୟାନ ରାହୁଲ ସପକ୍ଷରେ ସାରା ଦେଶରେ ସୃଷ୍ଟି ହୋଇଥିବା ସହାନୁଭୂତିକୁ କମାଇ ଦେବ । ଅନ୍ୟପଟେ ଗତକାଲି ସଂସଦ ପରିସରରେ ବିଜେପି ସହ ଉଦ୍ଧବ ବାଲା ସାହେବ ଠାକରେ ଶିବସେନା ବା ୟୁବିଟି ସାଂସଦ ରାହୁଲ ଗାନ୍ଧୀଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏପରିକି ଏ ପ୍ରସଙ୍ଗରେ କଂଗ୍ରେସ ଡାକିଥିବା ବିରୋଧୀ ଦଳ ବୈଠକକୁ ମଧ୍ୟ ଆସିନଥିଲା ୟୁବିଟି ।
More Stories
ଘରେ ବୟସ୍କ ମାନଙ୍କର କେମିତି ନେବେ ଯତ୍ନ
କେମିତି ଜାଣିବେ ପେଟ୍ରୋଲ୍ ଡିଜେଲ ଭର୍ତ୍ତିରେ କେତେ ହେଉଛି ଠକେଇ
ଡେଲିଭରି ବୟଙ୍କୁ ପୋଲିସଙ୍କ ଅତ୍ୟାଚାର, ଦେଖିଲେ ଛାତି ଥରି ଉଠିବ