ପଶ୍ଚିମବଙ୍ଗରେ କିଛି ସାଧୁଙ୍କୁ ପିଲା ଚୋର ସନ୍ଦେହରେ ମାଡ଼ ମାରିବା ଘଟଣା । ତେବେ ଏହି ଘଟଣା ଏବେ ରାଜନୀତିକ ରୂପ ନେଇଛି । ପଶ୍ଚିମବଙ୍ଗର ପୁରୂଲିଆରୁ ଆସିଥିବା ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏଥିରେ କିଛି ସାଧୁଙ୍କୁ ମାଡ଼ ମାଡମରାଯାଉଥିବାର ଦେଖିବାକୁ ମିଳୁଛି । କିଛି ବ୍ୟକ୍ତି ସାଧୁମାନଙ୍କ କେଶ ଟଣାଟଣି କରୁଥିବାର ଅଭିଯୋଗ ମଧ୍ୟ ହୋଇଛି । କୁହାଯାଉଛି ଯେ କିଛି ସାଧୁ ମକର ସଂକ୍ରାନ୍ତି ପାଇଁ ଗଙ୍ଗାସାଗର ବୁଡ଼ ପକାଇବାକୁ ଆସୁଥିଲେ । କିନ୍ତୁ ରାସ୍ତା ଜାଣିନପାରିବାରୁ କିଛି ଲୋକଙ୍କୁ ରାସ୍ତା ପଚାରି ଥିଲେ । ସାଧୁଙ୍କ ବେଶଭୂଷା ଦେଖି ପିଲା ଚୋରି ବୋଲି ଭାବିନେଇଥିଲେ ଲୋକମାନେ । ଯାହାପରେ କିଛି ଲୋକ ସଂଘବଦ୍ଧ ଭାବେ ସାଧୁମାନଙ୍କୁ ଆକ୍ରମଣ କରିଥିଲେ । କେବଳ ଏତିକି ନୁହେଁ, ଯେତେବେଳେ ପୋଲିସ ସୂଚନା ପାଇ ଘଟଣାସ୍ଥଳରେ ପହଞ୍ଚି ସାଧୁମାନଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିଥିଲା । ସେହି ସମୟରେ ମଧ୍ୟ କିଛି ଅଭିଯୁକ୍ତ ମାଡ ମାରିବାକୁ ପଛାଇନଥିଲେ ।
More Stories
ଲାଗୁ ହେଲା ଅଷ୍ଟମ ବେତନ ଆୟୋଗ, ଜାଣନ୍ତୁ କେତେ ବଢିବ ଦରମା
ଗଣତନ୍ତ୍ର ଦିବସ ପାଇଁ ଦିଲ୍ଲୀରେ ସ୍ପେଶାଲ ଟ୍ରାଫିକ୍ ବ୍ୟବସ୍ଥା
2025 ରିପବ୍ଲିକ୍ ଡେ ହାଇଲାଇଟ୍ସ୍