ସାଧାରଣ ଲୋକଙ୍କୁ ସାଇକେଲ ବାଣ୍ଟିବ ବିଏମସି । ଭୁବନେଶ୍ବରରେ ଥିବା ମୋ ସାଇକେଲକୁ ସାଧାରଣ ଲୋକ, ଛାତ୍ରଛାତ୍ରୀ, ଯୁବକ ଯୁବତୀଙ୍କୁ ବାଣ୍ଟିବ ବିଏମସି । ଏଥିପାଇଁ ଏକ SOP ପ୍ରସ୍ତୁତ ହେଉଛି । SOP ହିସାବରେ ଆବଶ୍ୟକୀୟ ଲୋକଙ୍କୁ ସାଇକେଲ ବଣ୍ଟାଯିବ । ଏହା ପୂର୍ବରୁ ବନ୍ଦ ହୋଇ ପଡ଼ିଥିବା ସାଇକେଲକୁ ସଜାଡୁଛି ବିଏମସି । ଏହାକୁ ମରାମତି କରାଯିବା ପରେ ସେଇକେଲକୁ ବଣ୍ଟାଯିବ । କୋଭିଡ ମହାମାରୀ ପାଇଁ ମୋ ସାଇକେଲ ବ୍ୟବହାର ସମ୍ପୂର୍ଣ୍ଣ ବନ୍ଦ ହୋଇଥିବା ବେଳେ ଏହାକୁ ବାଣ୍ଟିବାକୁ ଯୋଜନା କରୁଛି ବିଏମସି । ସେହିପରି ଆବର୍ଜନାକୁ ନେଇ ସ୍ବତନ୍ତ୍ର ପ୍ଲାନ କରାଯାଉଛି । ସବୁ ଘରୁ ବାର କୋଡ ସିଷ୍ଟମରେ ଅଳିଆ ଉଠାଇବା ବ୍ୟବସ୍ଥା କରାଯାଉଛି । MCC ଏବଂ MRFର ସଂଖ୍ୟା ବୃଦ୍ଧି କରାଯିବ ।
More Stories
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ
ଏହି ନିବେଶ କରିବାରେ ସର୍ବପ୍ରଥମ ଓଡିଶା