The Topmost

“The eyes believe themselves, the ears believe other people.”

ସାଉଥ ପଏଣ୍ଟ ନର୍ସିଂ ହୋମ ଉପରେ କଡ଼ା ଆକ୍ସନ

ମହଙ୍ଗା ପଡିଲା ବିଏସକେଓ୍ବାଇ କାର୍ଡରେ କାରସାଦି । ବିଏସକେଓ୍ବାଇ କାର୍ଡରେ କାରସାଦି କରିବା ଘଟଣାରେ କଟକର ସାଉଥ ପଏଣ୍ଟ ନର୍ସିଂ ହୋମକୁ ମହଙ୍ଗା ପଡିଛି । ବେଆଇନ କାର୍ଯ୍ୟକଳାପ ବିରୋଧରେ ରାଜ୍ୟ ସରକାର ନେଇଛନ୍ତି କଡ଼ା ଆକ୍ସନ । ଚିକିତ୍ସା ବାବଦରେ କାର୍ଡ ହାତେଇ ଟଙ୍କା ହଡ଼ପ ଘଟଣାରେ ହସପିଟାଲ ମାଲିକ ବିନୟ ଶନ୍ତୁକାଙ୍କ ସମେତ ୫ ଜଣଙ୍କୁ ଗିରଫ କରିଛି ପୋଲିସ । ଗିରଫ ପରେ ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି । ଗତକାଲି ସାଉଥ ପଏଣ୍ଟ ସମେତ ଏକକାଳୀନ ୩ଟି ସ୍ଥାନରେ ହୋଇଥିଲା ଜିଏସଟି ରେଡ୍ । ହସପିଟାଲ ମାଲିକଙ୍କ ଘର, ମିରାଜ ଫାର୍ମାସ୍ୟୁଟିକାଲରେ ମଧ୍ୟ ଚଢ଼ାଉ କରିଛି ୧୦ ଜଣିଆ ଟିମ୍ । ରେଡ୍ ବେଳେ ଖୋଲିଛି ନର୍ସିଂହୋମର ଠକେଇ ଗୁମର । ଖାନନଗରରେ ଥିବା ସାଉଥ ପଏଣ୍ଟ ନର୍ସିଂହୋମ ବେଆଇନ ଭାବେ ନିର୍ମାଣ ହୋଇଥିବା ଜଣାପଡିଛି । ଏନେଇ ଆଜି ସିଏମସି ପକ୍ଷରୁ ସେହି ସବୁ ବେଆଇନ୍ ନିର୍ମାଣ ଭଙ୍ଗାଯିବ ।