ରାଜ୍ୟ ସରକାରଙ୍କ ପକ୍ଷରୁ ନବମ ଶ୍ରେଣୀ ଛାତ୍ରୀଛାତ୍ରଙ୍କୁ ଯୋଗାଇ ଦିଆଯାଉଥିବା ସାଇକେଲରେ ଏଣିକି ଲାଗିବ ଷ୍ଟିକର । ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଏହାକୁ କାର୍ଯ୍ୟକାରୀ କରିବାକୁ ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟ ପକ୍ଷରୁ ଜିଲା ଓ ବ୍ଳକ ଶିକ୍ଷା ଅଧିକାରୀଙ୍କୁ ଚିଠି ଲେଖାଯାଇଛି । ଚିଠିରେ ଉଲ୍ଲେଖ କରାଯାଇଛି ଯେ, ରାଜ୍ୟ ସରକାରଙ୍କ ପକ୍ଷରୁ ମିଳିଥିବା ସାଇକେଲରେ ଷ୍ଟିକରିଂ କରାଯିବ । ଆସନ୍ତା ୩୦ ତାରିଖରେ ଏହି ଷ୍ଟିକର ଲଗାଇବାକୁ ନିର୍ଦେଶ ଦିଆଯାଇଛି । ‘ଗଙ୍ଗାଧର ମେହର ଶିକ୍ଷା ମାନକ ବୃଦ୍ଧି ଯୋଜନା’ରେ ସାଇକେଲ ପାଇଁ ଛାତ୍ରୀଛାତ୍ରଙ୍କୁ ୩୫୦୦ ଟଙ୍କା ଲେଖାଁଏ ପ୍ରଦାନ କରାଯାଇଛି । ନୂଆ ସାଇକେଲ ନେଇ ସେମାନେ ଗୁରୁବାର ସ୍କୁଲକୁ ଆସିବେ । ବିଦ୍ୟାଳୟରେ ସାଇକେଲ ଯାଞ୍ଚ କରିବେ ଶିକ୍ଷକ । ଯାଞ୍ଚ କରିବା ପରେ ‘ଆମେ ଗଢ଼ିବୁ ନୂଆ ଓଡ଼ିଶା’ ଷ୍ଟିକର ଲଗାଇବେ ।
“The eyes believe themselves, the ears believe other people.”
More Stories
କିଟ୍ ଛାତ୍ରୀ ଆତ୍ମହତ୍ୟା ମାମଲା, ବଡ ଅଡୁଆକୁ ଛୋଟ ସମାଧାନ
୧.୯୩ ଲକ୍ଷ ପରୀକ୍ଷାର୍ଥୀଙ୍କର ଆରମ୍ଭ ହେଲା ଯୁକ୍ତ୨ ପରୀକ୍ଷା
ଲଭ୍, ସେକ୍ସ ଓ ଧୋକା କେସରେ କିଟ୍ ଛାତ୍ରୀଙ୍କ ଆତ୍ମହତ୍ୟା