ବଦଳିବ ଚଣ୍ଡିଗଡ ଅନ୍ତର୍ଜାତୀୟ ବିମାନ ବନ୍ଦରର ନାଁ । ସହିଦ ଭଗତ ସିଂହ ନାଁରେ ନାମିତ ହେବ ଏହି ବିମାନବନ୍ଦର । ଏନେଇ ଘୋଷଣା କରିଛନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ । ତେବେ ଏହକୁ ନେଇ ମାନ ଓ ହରିୟାଣା ଉପ-ମୁଖ୍ୟମନ୍ତ୍ରୀ ଦୁଷ୍ୟନ୍ତ ଚୌତାଲାଙ୍କ ମଧ୍ୟରେ ଏକ ବୈଠକ ହୋଇଥିଲା । ଶ୍ରୀ ମାନ ଟ୍ୱିଟ୍ କରି ଲେଖିଛନ୍ତି ” ଚଣ୍ଡିଗଡ଼ ଅନ୍ତରାଷ୍ଟ୍ରୀୟ ବିମାନ ବନ୍ଦରର ନାଁ ସହୀଦ ଭଗତ ସିଂହଙ୍କ ନାଁରେ ନାମିତ ହେବ । ଏହା ଉପରେ ଉଭୟ ପଞ୍ଜାବ ଓ ହରିଆଣା ସରକାର ସହମତି ପ୍ରକାଶ କରିଛନ୍ତି । ହରିୟାଣା ଉପମୁଖ୍ୟମନ୍ତ୍ରୀ ଦୁଷ୍ୟନ୍ତ ଚୌତାଲାଙ୍କ ସହ ଏ ବିଷୟରେ ବୈଠକ କଲି । “ତେବେ ବୈଠକରେ ଏନେଇ ନିଷ୍ପତ୍ତି ହୋଇଥିଲେ ବି ନୂଆ ନାମକରଣ କେବେ ହେବ ସେ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିନି ।
“The eyes believe themselves, the ears believe other people.”
More Stories
ସୋନିଆ ଓ ରାହୁଲଙ୍କ ସମ୍ପତ୍ତି ଜବତ କଲା ଇଡି
ଯୌନଶକ୍ତି ବୃଦ୍ଧି ପାଇଁ ଖାଉଛନ୍ତି କି ଭାଏଗ୍ରା, ସାଇଡଇଫେକ୍ଟ ଶୁଣିଲେ ଆସିବ ହାର୍ଟ ଆଟାକ୍
ତହବୁର ରାଣାକୁ ଘନ ଘନ ଜେରା