ସରୁନି ସିରିୟା ଦୁଃଖ

ସିରିୟାର ଡାମାସ୍‌କସ୍‌ ଅଞ୍ଚଳରେ ଥିବା ଗୋଟାଏ ଆବାସିକ ଅଟ୍ଟାଳିକା ଉପରେ ଇସ୍ରାଏଲୀୟ ‌‌‌‌କ୍ଷେପଣାସ୍ତ୍ର ଆକ୍ରମଣ । ଏଥିରେ ସାଧାରଣ ନାଗରିକଙ୍କ ସମେତ ଅନ୍ୟୂନ ୧୫ଜଣଙ୍କର ମୃତ୍ୟୁ ଘଟିଥିବା ରିପୋର୍ଟ ପ୍ରକାଶ ପାଇଛି । ଭୀଷଣ ଭୂମିକମ୍ପ ସଂଘଠିତ ହେବାର ମାତ୍ର ୨ ସପ୍ତାହ ପରେ କେନ୍ଦ୍ରୀୟ ଡାମାସ୍‌କସ୍‌ ଓ ଆଖପାଖ ଅଞ୍ଚଳରେ ଶନିବାର ରାତିରେ ଇସ୍ରାଏଲ୍‌ ବିମାନ ଆକ୍ରମଣ ଆରମ୍ଭ କରିଛି । ଇରାନୀୟ ସାଂସ୍କୃତିକ କେନ୍ଦ୍ର ନିକଟବର୍ତ୍ତୀ କଡ଼ା ନିରାପତ୍ତା ବଳୟରେ ଥିବା ଉକ୍ତ ଅଟ୍ଟାଳିକା ଉପରକୁ ରକେଟ୍‌ ନିକ୍ଷେପ କରାଯାଇଥିଲା। ଡାମାସ୍‌କସ୍‌ ଅଞ୍ଚଳ ପାଖାପାଖି ସ୍ଥାନଗୁଡ଼ିକ ଉପରେ ଇସ୍ରାଏଲ୍‌ ସବୁବେଳେ ବିମାନ ଆକ୍ରମଣ କରୁଥିଲେ ବି, ସେ ଅଞ୍ଚଳରେ ଥିବା ଆବାସିକ ଅଞ୍ଚଳରେ କ୍ଷେପଣାସ୍ତ୍ର ପ୍ରାୟ ପଡ଼େନାହିଁ। କ୍ଷେପଣାସ୍ତ୍ର ବିସ୍ଫୋରଣ ଯୋଗୁଁ ସାଧାରଣ ନାଗରିକଙ୍କ ସ‌ମେତ ୧୫ଜଣ ଲୋକଙ୍କର ମୃତ୍ୟୁ ଘଟିଛି।

SHARE BY