ମିଆଁମାର ସେନାର ବର୍ବରତା । କାଣ୍ଟ ବାଲୁ ଟାଉନସିପରେ ସରକାର ବିରୋଧୀଙ୍କ ଉପରେ ଜୋରଦାର ଏୟାରଷ୍ଟ୍ରାଇକ୍ । ଏଥିରେ ପାଖାପାଖି ଶହେ ଜଣଙ୍କ ଜୀବନ ଗଲାଣି । ମୃତକଙ୍କ ମଧ୍ୟରେ ଅନେକ ମହିଳା ଓ ଶିଶୁ ଅଛନ୍ତି । ସେନା ପକ୍ଷରୁ ହେଲିକପ୍ଟର ଦ୍ୱାରା ପ୍ରଥମେ ବୋମା ମାଡ଼ କରାଯାଇଥିଲା । ଏହା ପରେ ପ୍ରାୟ ୨୦ ମିନିଟ୍ ଧରି ଗୁଳିଗୋଳା ମାଡ କରାଯାଇଥିଲା । ଆକ୍ରମଣ ପୂର୍ବରୁ ଟାର୍ଗେଟ୍ ସ୍ଥାନରେ ଏକ କାର୍ଯ୍ୟାଳୟ ଉଦ୍ଘାଟନ କରାଯାଇଥିଲା । ଏଥିରେ ଅନେକ ଲୋକ ସାମିଲ ହୋଇଥିଲେ । କେହି କିଛି ଭାବିବା ପୂର୍ବରୁ ସେଠାରେ ଏୟାରଷ୍ଟ୍ରାଇକ୍ କରିଥିଲା ସେନା । ବିଦ୍ରୋହୀଙ୍କ ଉପରେ ସେନା ସରକାରର ଏହା ସବୁଠୁ ବଡ଼ କାର୍ଯ୍ୟାନୁଷ୍ଠାନ ବୋଲି କୁହାଯାଉଛି ।
More Stories
ଘରେ ବୟସ୍କ ମାନଙ୍କର କେମିତି ନେବେ ଯତ୍ନ
କେମିତି ଜାଣିବେ ପେଟ୍ରୋଲ୍ ଡିଜେଲ ଭର୍ତ୍ତିରେ କେତେ ହେଉଛି ଠକେଇ
ଡେଲିଭରି ବୟଙ୍କୁ ପୋଲିସଙ୍କ ଅତ୍ୟାଚାର, ଦେଖିଲେ ଛାତି ଥରି ଉଠିବ