The Topmost

“The eyes believe themselves, the ears believe other people.”

ସମ୍ବଲପୁରରେ ଆଜିଠାରୁ ଆହୁରି କୋହଳ ହେବ କଟକଣା 

ସ୍ୱାଭାବିକ ହେଉଛି ସମ୍ବଲପୁର ସହର । ବଦଳୁଥିବା ସ୍ଥିତିକୁ ଦୃଷ୍ଟିରେ ରଖି କର୍ଫ୍ୟୁ କଟକଣାକୁ ଆହୁରି କୋହଳ କରିଛି ଜିଲ୍ଳା ପ୍ରଶାସନ । ଅତ୍ୟାବଶ୍ୟକ ସାମଗ୍ରୀ କିଣାକିଣି ପାଇଁ ଆଜିଠାରୁ ସହରବାସୀଙ୍କୁ ସାଢ଼େ ୮ ଘଣ୍ଟାର ସମୟ ମିଳିବ । ସକାଳ ୭ଟାରୁ ଦିନ ଗୋଟାଏ, ୬ଘଣ୍ଟା ଏବଂ ଦିନ ସାଢ଼େ ୩ଟାରୁ ସନ୍ଧ୍ୟା ୬ଟା, ଅଢ଼େଇ ଘଣ୍ଟା ପାଇଁ କର୍ଫ୍ୟୁକୁ କୋହଳ କରାଯାଇଛି । ତେବେ ଆବଶ୍ୟକତା ଥିଲେ ହିଁ ଘରୁ ବାହାରକୁ ବାହାରିବା ପାଇଁ ପ୍ରଶାସନ ପକ୍ଷରୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି । ଅନ୍ୟପଟେ ଆଜି ଦିନ ୧୦ଟାରେ ଇଣ୍ଟରନେଟ୍ ସେବା ଉପରେ ଲାଗିଥିବା କଟକଣା ଶେଷ ହେଉଛି । ତେଣୁ ଆଜି ଜଣାପଡ଼ିବ, ଇଣ୍ଟରନେଟ୍ ସେବା ବନ୍ଦ ରହିବ ନା’ ଆଗକୁ ସେବା ସ୍ୱାଭାବିକ ହେବ ।