February 11, 2026

ସମୁଦ୍ର ମଧ୍ୟରେ ଶକ୍ତିଶାଳୀ ଭୂକମ୍ପ

ସମୁଦ୍ର ଭିତରେ ଶକ୍ତିଶାଳୀ ଭୂକମ୍ପ, ଥରିଲା ଇଣ୍ଡୋନେସିଆ । ଏହି ଭୂକମ୍ପ ପ୍ରଭାବରେ ସମୁଦ୍ର ପାଖାପାଖି ଅଞ୍ଚଳରେ ରହୁଥିବା ଲୋକେ ଭୟଭୀତ ହୋଇ ବିଲ୍ଡିଂରୁ ବାହାରକୁ ଚାଲି ଆସିଥିଲେ । ଇଣ୍ଡୋନେସିଆର ବାଲି ଏବଂ ଲମ୍ବୋକ୍ ଦ୍ୱୀପପୁଞ୍ଜର ଉତ୍ତରରେ ଥିବା ସମୁଦ୍ରରେ ଶକ୍ତିଶାଳୀ ଭୂକମ୍ପ ସୃଷ୍ଟି ହୋଇଥିବା ସୂଚନା ମିଳିଛି । ଆଜି ଭୋର ୪ଟା ସମୟରେ ଭୂକମ୍ପ ହୋଇଥିବା ବେଳେ ରିକ୍ଟର ସ୍କେଲ୍‌ରେ ଏହାର ତୀବ୍ରତା ୭. 0 ଥିଲା । ଭୂକମ୍ପର କେନ୍ଦ୍ରସ୍ଥଳ ଇଣ୍ଡୋନେସିଆର ମାତାରାମଠାରୁ ୨୦୩ କିଲୋମିଟର ଦୂରରେ ହୋଇଥିବା ଜଣାପଡ଼ିଛି। ସମୁଦ୍ର ପତ୍ତନଠୁ ପ୍ରାୟ ୫୧୮ କିମି ଗଭୀରରେ ଭୂକମ୍ପ ହୋଇଥିବାରୁ କୌଣସି କ୍ଷୟକ୍ଷତିର ସୂଚନା ମିଳିପାରିନି। ସେହିପରି ଭୂକମ୍ପ ଯୋଗୁ ସୁନାମିର ଆଶଙ୍କା ନଥିବା ଇଣ୍ଡୋନେସିଆର ଭୂତତ୍ତ୍ୱ ବିଭାଗ ସ୍ପଷ୍ଟ କରିଛି ।

SHARE BY