The Topmost

“The eyes believe themselves, the ears believe other people.”

ସମସ୍ତ ପ୍ରକାରର ସହାୟତା ପାଇଁ ପ୍ରସ୍ତୁତ ଭାରତ

ତୁର୍କୀରେ ପହଞ୍ଚିଲା ଏନଡିଆରଏଫ ଟିମ୍ । ଭାରତୀୟ ବାୟୁସେନା ଏନଡିଆରଏଫ ଟିମ୍ ଏବଂ ଅତ୍ୟାବଶ୍ୟକ ସାମଗ୍ରୀ ନେଇ ତୁର୍କୀର ଆଡ୍ଡା ବିମାନବନ୍ଦରରେ ପହଞ୍ଚିଛି । ୧୦୧ ଜଣ ଏନଡିଆରଏଫ୍ ଯବାନ ତୁର୍କୀ ଯାଇଛନ୍ତି । ଏହି ଟିମ୍ ଉଦ୍ଧାର କାର୍ଯ୍ୟରେ ସହାୟତା କରିବେ । ପ୍ରତ୍ୟେକ ଭୂକମ୍ପ ପୀଡିତଙ୍କ ସହ ୧୪୦ କୋଟି ଭାରତୀୟଙ୍କ ସମବେଦନା ରହିଛି ବୋଲି ଗତକାଲି କହିଥିଲେ ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏଥିସହ ତୁର୍କୀକୁ ସବୁ ପ୍ରକାର ସହାୟତା କରିବାକୁ ଭାରତ ପ୍ରସ୍ତୁତ ବୋଲି କହିଥିଲେ ପ୍ରଧାନମନ୍ତ୍ରୀ ।