The Topmost

“The eyes believe themselves, the ears believe other people.”

ସମବାୟ ସମିତି ସମ୍ପତ୍ତି ବିକ୍ରି ଉପରେ ସରକାରଙ୍କ କଟକଣା

ଏଣିକି ମନଇଚ୍ଛା ସମ୍ପତ୍ତି ବିକ୍ରି କରିପାରିବେ ନାହିଁ ସମବାୟ ସମିତି । ଏନେଇ କଟକଣା ଲଗାଇଲେ ସରକାର । ସମବାୟ ସମିତିଗୁଡିକ ଆଉ ପୂର୍ବଭଳି ମନଇଚ୍ଛା ନିଜର ସ୍ଥାବର ସମ୍ପତ୍ତିକୁ ବିକ୍ରି ପରିପାରିବେ ନାହିଁ କିମ୍ବା କାହାରିକୁ ଦେଇ ପାରିବେ ନାହିଁ । ରାଜ୍ୟ ସରକାର ଏହା ଉପରେ କଟକଣା ଲଗାଇବା ସହିତ ସମବାୟ ବିଭାଗ ପକ୍ଷରୁ ଏହି ମର୍ମରେ ନୂତନ ନିର୍ଦ୍ଦେଶନାମା ଜାରି ହୋଇଛି । ଓଡିଶା ସମବାୟ ସମିତି ଆଇନ୍‍ ୧୯୬୫ର ଧାରା ୧୨-କ ଅନୁଯାୟୀ ଉଭୟ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିଗୁଡିକୁ ବିକ୍ରି କରିବାର କ୍ଷମତା ପ୍ରଦାନ କରାଯାଇଥିଲା । ଏଥିରେ ଥିବା ବ୍ୟବସ୍ଥା ଅନୁଯାୟୀ ସମିତିର ସଦସ୍ୟ, ଜମାକାରୀ, ଋଣଗ୍ରହୀତା ଏବଂ ଏହାର କର୍ମଚାରୀଙ୍କ ସ୍ୱାର୍ଥ ଦୃଷ୍ଟିରୁ ପରିଚାଳନା ପରିଷଦରେ ପାରିତ ସଙ୍କଳ୍ପ ଅନୁଯାୟୀ ସ୍ଥାବର ସମ୍ପତ୍ତିଗୁଡିକୁ ବିକ୍ରି କିମ୍ବା ଲିଜ୍‍ ଦିଆଯାଇ ପାରିବ । କିନ୍ତୁ କେତେକ ସମବାୟ ସମିତିର ପରିଚାଳନା ମଣ୍ଡଳୀ ସମିତି ସ୍ୱାର୍ଥକୁ ଅଣଦେଖା କରି ବେଆଇନ୍‍ ଭାବେ ସମିତିର ସମ୍ପତ୍ତିକୁ ମନଇଚ୍ଛା ବିକ୍ରି ଓ ଲିଜ୍‍ ଦେବାରେ ଲାଗିଲେ । ଏଭଳି କାର୍ଯ୍ୟ ଉପରେ ସମବାୟ ବିଭାଗ ଏବେ ଅଙ୍କୁଶ ଲଗାଇଛି । ସମବାୟ ଆଇନରେ ଥିବା ଧାରା ୧୨୩-କ କୁ ପ୍ରୟୋଗ କରି ସମବାୟ ସମିତିଗୁଡିକ ଆଉ ପୂର୍ବଭଳି ମନଇଚ୍ଛା ସମିତିର ସ୍ଥାବର ସମ୍ପତ୍ତି ବିକ୍ରି କିମ୍ବା ଲିଜରେ ଦେଇ ପାରିବେ ନାହିଁ ବୋଲି ସ୍ପଷ୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏପରି କରିବାକୁ ହେଲେ ରାଜ୍ୟ ସରକାରଙ୍କ ଦ୍ୱାରା ଗଠିତ ଏକ କିମିଟି ଠାରୁ ଅନୁମତି ନେବାକୁ ପଡିବ । କମିଟି ନିର୍ଦ୍ଦେଶନାମା ଜାରି କରିବାପରେ ସମିତି ସମ୍ପୃକ୍ତ ସମ୍ପତ୍ତିକୁ ବ୍ରିକି କିମ୍ବା ଲିଜ୍‍ରେ ଦେଇପାରିବେ ।