ଅନେକ ସମୟରେ କଠିନ ପରିଶ୍ରମ ପରେ ମଧ୍ୟ ସଫଳତା ମିଳିନଥାଏ। ଯେଉଁଥିପାଇଁ ବ୍ୟକ୍ତିଙ୍କ ଜୀବନରେ ଅଶାନ୍ତି ଓ ନିରାଶା ଭାବ ଆସିଥାଏ। ଯାହାଫଳରେ କୌଣସି କାର୍ଯ୍ୟ କରିବାର ଇଚ୍ଛା କମିଯାଇଥାଏ। ତେବେ ଜୀବନରେ ସଫଳତା ପାଇଁ କଠିନ ପରିଶ୍ରମ ସହ ବୁଦ୍ଧିର ମଧ୍ୟ ଆବଶ୍ୟକତା ରହିଛି। ଯଦି ଜୀବନରେ ସଫଳତା ଦରକାର ତେବେ ଚାଣକ୍ୟଙ୍କ ନୀତି ଅବଲମ୍ବନ କରନ୍ତୁ। ଚାଣକ୍ୟଙ୍କ ନୀତି ଅନୁସାରେ ସର୍ବଦା ସମୟର ମୂଲ୍ୟ ବୁଝିବା ଆବଶ୍ୟକ। ଜୀବନରେ ସତ୍ କର୍ମ ସହିତ ଧର୍ଯ୍ୟ ରଖନ୍ତୁ। ଯାହା ଫଳରେ ଆପଣ ଆପଣଙ୍କର ପରିଶ୍ରମର ମୂଲ୍ୟ ପାଇପାରିବେ। ସେହିଭଳି ସର୍ବଦା ଜଣେ ବ୍ୟକ୍ତି ନିଜର ଦକ୍ଷତା ଜାଣିବା ଆବଶ୍ୟକ। ସବୁବେଳେ ତାଙ୍କୁ ସେହି କାମ କରିବା ଦରକାର ଯାହା ସେ କରିବାର କ୍ଷମତା ରଖୁଛନ୍ତି। ଯଦି ଜଣେ ନିଜ ଦକ୍ଷତା ଠାରୁ ଅଧିକ କାର୍ଯ୍ୟ କରିବାର ପ୍ରୟାସ କରିବ ତେବେ ତାର ଅସଫଳ ହେବାର ସମ୍ଭାବନା ମଧ୍ୟ ବଢିଯିବ। ଏହାସହ ଆମେ କେଉଁ ଭଳି ବ୍ୟକ୍ତିଙ୍କ ସହ ମିଶୁଛେ। କିଏ ଆମ ଶତ୍ରୁ ଓ କିଏ ଆମ ମିତ୍ର ତାହା ମଧ୍ୟ ଜାଣିବା ନିତାନ୍ତ ଦରକାରୀ। କାରଣ ଜଣେ ମିତ୍ରର ସହାୟତାରେ ଆମେ ଜୀବନରେ ଆଗକୁ ବଢିପାରିବା। ହେଲେ ସେହି ଯାଗାରେ ଯଦି ଜଣେ ଶତ୍ରୁର ସାହାଯ୍ୟ ନେବ ତେବେ ଯେତେ ପରିଶ୍ରମ କଲେ ମଧ୍ୟ ଜୀବନରେ ସଫଳତା ମିଳିବ ନାହିଁ।
“The eyes believe themselves, the ears believe other people.”
More Stories
2025ର 2ଟି ବଡ ଚନ୍ଦ୍ରଗ୍ରହଣ
ମହାକୁମ୍ଭ ମେଳାର ମହତ୍ତ୍ବ..
ଆଜିଠୁ ଆରମ୍ଭ ମହାକୁମ୍ଭ ମେଳା..