ହିଂସା ପ୍ରଭାବିତ ସୁଦାନରୁ ପୁଣି ଉଦ୍ଧାର ହେଲେ ୧୯୨ ଜଣ ଭାରତୀୟ । ଅପରେସନ କାବେରି ଦ୍ୱାରା ସ୍ୱଦେଶ ଅଣାଯାଇଛି ଭାରତୀୟଙ୍କୁ । ଭାରତୀୟ ବାୟୁସେନାର ସି-୧୭ ଗ୍ଲୋବମାଷ୍ଟର-୩ ବିମାନରେ ସମସ୍ତଙ୍କୁ ନନ୍ ଷ୍ଟପ ୨୪ ଘଣ୍ଟାର ଅପରେସନ ଦ୍ୱାରା ଭାରତରେ ପହଞ୍ଚା ଯାଇଛି । ଅପରେସନ ବେଳେ କେବଳ ସାଉଦି ଆରବର ଜେଡ୍ଡାହରେ ଇନ୍ଧନ ପକାଇବା ପାଇଁ କିଛି ସମୟ ଅଟକି ଥିଲା । ଏହାବାଦ ବିମାନଟି ନନଷ୍ଟପ ଉଡ଼ାଣ କରି ଭାରତରେ ପହଞ୍ଚିଛି। ସୁଦାନରେ ହିଂସା ସୃଷ୍ଟି ହେବା ପରେ ସେଠାରେ ପ୍ରାୟ ୪ ହଜାର ଭାରତୀୟ ଫସି ରହିଥିଲେ। ସେମାନଙ୍କୁ ସୁରକ୍ଷିତ ସ୍ୱଦେଶ ଆଣିବା ପାଇଁ ଭାରତ ସରକାର ଅପରେସନ କାବେରି ଆରମ୍ଭ କରିଥିଲେ। ବର୍ତ୍ତମାନ ସୁଦ୍ଧା ଏହି ଅପରେସନ ଜରିଆରେ ମୋଟ ୩,୮୬୨ ଜଣଙ୍କୁ ଭାରତ ଅଣାଯାଇଛି।
“The eyes believe themselves, the ears believe other people.”
More Stories
ଖୋଲିଲା ବିପୁଳ ନିଯୁକ୍ତି ସୁଯୋଗ
ପେନସନ୍ ଭୋଗୀଙ୍କ ପାଇଁ ଆସିଲା ବଡ ଖବର
ମହାକୁମ୍ଭରେ ଭିଡପାଇଁ 30 ମୃତ, 60 ଆହତ