ବ୍ୟାଙ୍କ କର୍ମଚାରୀଙ୍କ ପାଇଁ ଖୁସି ଖବର । ଖୁବ୍ ଶୀଘ୍ର ବଦଳିପାରେ ସାପ୍ତାହିକ କାର୍ଯ୍ୟସୂଚୀ । ସପ୍ତାହରେ 2ଟି ଓ୍ବିକଲି ଅଫ ପାଇପାରନ୍ତି କର୍ମଚାରୀ । ଏନେଇ ଚିନ୍ତା କରୁଛି ଇଣ୍ଡିଆନ ବ୍ୟାଙ୍କସ୍ ଆସୋସିଏସନ ବା ଆଇବିଏ । ସପ୍ତାହକୁ 5 ଦିନ ଡ୍ୟୁଟି ପ୍ରସଙ୍ଗରେ ବିଭିନ୍ନ ବ୍ୟାଙ୍କ ୟୁନିଅନର ଦାବିକୁ ଗୁରୁତ୍ବର ସହ ବିଚାର କରୁଛି ଆଇବିଏ । ଯଦି ସପ୍ତାହକୁ 5 ଦିନିଆ କାର୍ଯ୍ୟଦିବସ ନିୟମ ଲାଗୁ କରାଯାଏ ତେବେ ଦୈନିକ କାର୍ଯ୍ୟନିର୍ଘଣ୍ଟକୁ ଅଧିକ 50 ମିନିଟ ବଢାଇବା ଲାଗି ଆଇବିଏ ଚିନ୍ତାକରୁଛି । ଏହି ପ୍ରସ୍ତାବ ସମ୍ପର୍କରେ ଆଇବିଏ ଓ ୟୁନାଇଟେଡ ଫୋରମ ଅଫ ବ୍ୟାଙ୍କ ଏମ୍ପ୍ଲୟିଜ୍ ବା UFBE ସହ ଆଲୋଚନା ହୋଇଛି । UFBEର ପ୍ରସ୍ତାବକୁ କାର୍ଯ୍ୟକାରୀ କରିବା ଲାଗି ଆଇବିଏ ସମ୍ମତି ଜଣାଇଥିବା ସୂଚନା ମିଳିଛି । ସମସ୍ତ ଶନିବାରକୁ ଛୁଟି ଘୋଷଣା କରିବା ଲାଗି ସରକାର ବିଜ୍ଞପ୍ତି ଜାରି କରିବା ପରେ ଏହି ନିୟମ କାର୍ଯ୍ୟକାରୀ ହେବ ।
“The eyes believe themselves, the ears believe other people.”
More Stories
ବହୁ ଚେଷ୍ଟା ପରେ ବି ବଦଳେନାହିଁ ସ୍ବାମୀ ସ୍ତ୍ରୀଙ୍କର ଏହି ଗୁଣ
ଅତ୍ୟଧିକ ଜଙ୍କଫୁଡ୍ ଆଣିଥାଏ ଏହି ସବୁ ସମସ୍ୟା
ରାତିରେ ହଇରାଣ କରୁଛି କି ଆପଣଙ୍କ ଶିଶୁ