ଚନ୍ଦ୍ର ଅଭିଯାନରେ ଆଉ ପାଦେ ଆଗକୁ ଯିବ ଆମେରିକା । ଦୀର୍ଘବର୍ଷ ଧରି ଆର୍ଟେମିସ ଓ୍ବାନ ମିଶନକୁ ସଫଳ କରିବା ପାଇଁ ନାସାର ପ୍ରୟାସ ଆଜି ପୂରଣ ହେବାକୁ ଯାଉଛି । ଏନେଇ ଆଜି ଓରିୟନ ସ୍ପେଶକ୍ରାଫ୍ଟ ଉତକ୍ଷେପଣ କରାଯିବ । ଏହି ମିଶନ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଚନ୍ଦ୍ର ପୃଷ୍ଠକୁ ମନୁଷ୍ୟ ପଠାଇବା ପୂର୍ବରୁ ନାସାର ଏହା ଗୁରୁତ୍ବପୂର୍ଣ୍ଣ ମିଶନ । ଆଜିର ସ୍ପେଶକ୍ରାଫ୍ଟରେ କେହି ମନୁଷ୍ୟ ଯିବେ ନାହିଁ । ନାସାର ଏହାକୁ ସବୁଠାରୁ ଶକ୍ତିଶାଳୀ ସ୍ପେଶକ୍ରାଫ୍ଟ ବୋଲି କୁହାଯାଉଛି । ୫୦ ବର୍ଷର ଲମ୍ବା ସମୟ ପରେ ମନୁଷ୍ୟଙ୍କୁ ଚନ୍ଦ୍ର ପଠେଇବା ପାଇଁ ପ୍ରୟାସ କରୁଛି ଆମେରିକା । ୧୯୭୨ ପରେ ପ୍ରଥମ ଥର ପାଇଁ ଚନ୍ଦ୍ର ପୃଷ୍ଠରେ ମନୁଷ୍ୟ ପାଦ ଥାପିବାକୁ ଯାଉଛି । ଆଜି ଫ୍ଳୋରିଡା ସ୍ଥିତ ଲଞ୍ଚପ୍ୟାଡରୁ ସ୍ପେଶକ୍ରାଫ୍ଟ ଉତକ୍ଷେପଣ ହେବ ।
More Stories
ଲାଗୁ ହେଲା ଅଷ୍ଟମ ବେତନ ଆୟୋଗ, ଜାଣନ୍ତୁ କେତେ ବଢିବ ଦରମା
ଗଣତନ୍ତ୍ର ଦିବସ ପାଇଁ ଦିଲ୍ଲୀରେ ସ୍ପେଶାଲ ଟ୍ରାଫିକ୍ ବ୍ୟବସ୍ଥା
2025 ରିପବ୍ଲିକ୍ ଡେ ହାଇଲାଇଟ୍ସ୍