ସର୍ବଦା ନିଜର ପୋଷାକ ପରିଧାନକୁ ନେଇ ଚର୍ଚ୍ଚାର ପରିସର ଭିତରକୁ ଆସିଥାନ୍ତି ‘ବିଗ୍ବସ୍’ ଫେମ୍ ଉର୍ଫି ଜାଭେଦ । ତେବେ ପୁଣି ତାଙ୍କୁ ଏକ ନୂଆ ଢଙ୍ଗର ପୋଷାକରେ ଦେଖିବାକୁ ମିଳିଛି । ଯାହାକି ଘାସ ଏବଂ ଶୁଖିଲା ବୁଦାରେ ତିଆରି ହୋଇଛି । ଏହି ପୋଷାକ ପିନ୍ଧି ଉର୍ଫି କ୍ୟାମେରା ଆଗରେ ପୋଜ୍ ଦେଉଥିବା ବେଳେ ତାଙ୍କର ଏକ ଭିଡିଓ ଭାଇରାଲ୍ ହୋଇଛି । ଉର୍ଫିଙ୍କର ଏହି ନୂଆ ଅବତାର ଲୋକଙ୍କୁ ପୁରୁଣା କାଳର କଥା ମନେ ପକାଇ ଦେଉଛି । ସ୍କର୍ଟ ବଦଳରେ ଶୁଖିଲା ବୁଦା ପରିଧାନ କରିଥିବା ବେଳେ ଉର୍ଫି ଟପ୍ ସ୍ଥାନରେ ପିନ୍ଧିଛନ୍ତି ସବୁଜ ପତ୍ରରେ ତିଆରି ପୋଷାକ । ଯଦିଓ ଉର୍ଫି ପ୍ରତିଦିନ ନିଜ ପାଇଁ କିଛି ନୂଆ ଭାବନ୍ତି ଏବଂ କିଛି କରନ୍ତି, ପ୍ରତିଥର ପରି ସେ ସମାନ ଭାବରେ ଟ୍ରୋଲ ବି ହୋଇଥାଆନ୍ତି । ବର୍ତ୍ତମାନ ଲୋକମାନେ ଏହି ଭିଡିଓରେ ଉର୍ଫିଙ୍କୁ ଟ୍ରୋଲ କରିଥିବା ନଜର ଆସିଛି । ଅନେକ ଲୋକ ତାଙ୍କ ସୃଜନଶୀଳତାକୁ ଖୁବ୍ ପ୍ରଶଂସା ବି କରିଛନ୍ତି । କିଛି ଲୋକ ଉର୍ଫିଙ୍କୁ ଭାରତରୁ ବିଦା କରିବା କଥା ବି କହୁଥିବାର ଶୁଣିବାକୁ ମିଳୁଛି । ଜଣେ ସୋସିଆଲ୍ ମିଡିଆ ବ୍ୟବହାରକାରୀ ଉର୍ଫିଙ୍କ ଉଦେଶ୍ୟରେ ଲେଖିଛନ୍ତି, ‘ତୁମେ ତୁମର ଚିକିତ୍ସା କାହିଁକି କରୁନାହଁ ?’ ଅନ୍ୟ ଜଣେ ଲେଖିଛନ୍ତି, ‘ସତର୍କ ରୁହ, ଛେଳି ସାମ୍ନାରେ ପଡ଼ିଲେ ଖାଇଦବ ।’ ସେହିପରି ତୃତୀୟ ବ୍ୟବହାରକାରୀ ଜଣକ ଲେଖିଛନ୍ତି, ‘ମୋତେ ଲାଗୁଥିଲା କେବଳ ଉର୍ଫିଙ୍କର ମସ୍ତିଷ୍କ ଚିକିତ୍ସା ଆବଶ୍ୟକ । ହେଲେ ଏବେ ଅନୁଭବ କରୁଛି କି ତାଙ୍କର ପୂରା ଟିମ୍ କୁ ଏହି ଚିକିତ୍ସାର ଆବଶ୍ୟକତା ରହିଛି ।’
“The eyes believe themselves, the ears believe other people.”
More Stories
ଆଉ ନାହାଁନ୍ତି ଉତ୍ତମ..
ଟ୍ରେଣ୍ଡରେ ଛିଛି ଗୀତ
ଦର୍ଶକଙ୍କୁ ଅସନ୍ତୋଶ କଲା ଏମର୍ଜେନ୍ସି..