ଲୋକଙ୍କ ସୁରକ୍ଷା ପାଇଁ ସଜାଗ କମିଶନରେଟ ପୋଲିସ । ରାତିରେ ରାଜଧାନୀବାସୀଙ୍କୁ ଶାନ୍ତିରେ ଶୁଆଇବା ପାଇଁ ରାଜରାସ୍ତାରେ ଫୁଟ୍ ପେଟ୍ରୋଲିଂ କରିଛି ପୋଲିସ୍ । ଡିସିପିଙ୍କ ନିର୍ଦ୍ଦେଶ କ୍ରମେ କମିଶନରେଟ ପୋଲିସର ବରିଷ୍ଠ ଅଧିକାରୀ ଏହି ପେଟ୍ରୋଲିଂରେ ସାମିଲ ହୋଇଛନ୍ତି । ଅପରାଧ ଦମନ ପାଇଁ ଭୁବନେଶ୍ବରରେ ସେଫ୍ ସିଟି ଡ୍ରାଇଭକୁ ବ୍ୟାପକ କରାଯାଇଛି । ନିଶା ଚାଲାଣ ଓ ଅପରାଧ ରୋକିବା ପାଇଁ ଚେକିଂ ଓ ବ୍ଳକିଙ୍ଗ୍ ଜୋରଦାର କରାଯାଇଛି । ରାଜଧାନୀରେ ଥିବା ବାର୍, ପବରେ ଚଢାଉ ପରେ ଛକ ବଜାରରେ ଚେକିଂ କରାଯାଉଛି । ଅପରାଧୀଙ୍କ ଉପରେ ଲଗାମ ଲଗାଇ ସହରକୁ ସୁରକ୍ଷିତ ରଖିବାକୁ ଚାଲିଛି ‘ସେଫ ସିଟି ଡ୍ରାଇଭ’ । ଆଗକୁ ମଧ୍ୟ ଏଭଳି ଚେକିଂ ଓ ବ୍ଳକିଙ୍ଗକୁ ବ୍ୟାପକ କରାଯିବ ବୋଲି ସୂଚନା ଦେଇଛନ୍ତି ଡିସିପି ପ୍ରତୀକ ସିଂ।
More Stories
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ
ଏହି ନିବେଶ କରିବାରେ ସର୍ବପ୍ରଥମ ଓଡିଶା